ଓଡ଼ିଶାରାଜନୀତି

ବିଜେଡି ପକ୍ଷରୁ ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର ,୦୬/୧୦/୨୦୨୨-  ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ତାର ସାଙ୍ଗଠନିକ ପ୍ରକ୍ରିୟାକୁ ଜୋରଦାର କରିଛି । ନିକଟରେ ଦଳ ପକ୍ଷରୁ ବିଭିନ୍ନ ଛାମୁଆ ସଙ୍ଗଠନରେ ନୂଆ ମୁହଁ ଦେଇଥିବା ବେଳେ ଗୁରୁବାର ସମସ୍ତ ୩୦ ଟି ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ କରିଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ତାଲିକା ଜାରି କରିଛନ୍ତି ।

ପ୍ରକାଶିତ ତାଲିକା ଅନୁସାରେ ୧୨ ଜଣ ମନ୍ତ୍ରୀଙ୍କ ସହ ମୋଟ୍ ୨୫ ଜଣ ନେତାଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । କିଛି ମନ୍ତ୍ରୀଙ୍କୁ ଏକାଧିକ ଜିଲ୍ଲାର ଦାୟିତ୍ୱ ମିଳିଛି । ବାଲେଶ୍ୱର ଜିଲ୍ଲା ପାଇଁ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଗଜପତି ଏବଂ ରାୟଗଡା ପାଇଁ ସମବାୟ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ପାଇଁ ପ୍ରଫୁଲ ମଲ୍ଲିକ, ରହିଥିଲା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କଳାହାଣ୍ଡି, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଗଞ୍ଜାମ, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯାଜପୁର, ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୁଜାରୀ ସୁବର୍ଣ୍ଣପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ରହିଛନ୍ତି ।

ସେହିପରି ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କଟକ, ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଢ଼େଙ୍କାନାଳ ଏବଂ ଖୋର୍ଦ୍ଧା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ନୂଆପଡା, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରିତୀରଞ୍ଜନ ଘଡ଼େଇ ସୁନ୍ଦରଗଡ, କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି । କେଉଁଝର ଏବଂ ମୟୁରଭଞ୍ଜ ପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ ଦାୟିତ୍ୱ ମିଳିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com