ଜାତୀୟରାଜନୀତି

ସଞ୍ଜୟ ରାଉତଙ୍କ ଘରେ ୩ ଘଣ୍ଟା ଧରି ଇଡି ଯାଞ୍ଚ

ଅଭିଯୋଗ ମୁତାବକ, ୨୦୦୭ ମସିହାରେ ମହାରାଷ୍ଟ୍ରରେ ଯେତେବେଳେ ଏନସିପି ଓ କଂଗ୍ରେସ ମିଳିତ ସରକାର ଥିଲା ସେତେବେଳେ ମୁମ୍ବାଇ ‘ପାତ୍ରା ଚୌଲ’ ଜମି ଘୋଟାଲା ହୋଇଥିଲା । ପାତ୍ରା ଚୌଲ ଜମିକୁ ପୁନଃ ବିକସିତ କରି ସେଠାରେ ଘର ନିର୍ମାଣ କରି ଗରୀବ ଶ୍ରେଣୀର ଲୋକଙ୍କୁ ଆବଣ୍ଟନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ବି କିଛି କନଷ୍ଟକ୍ସନ୍ କମ୍ପାନୀ ଏହାକୁ ଅଗ୍ରାହ୍ୟ କରିଥିଲେ । କେବଳ ସେତିକି ନୁହେଁ ସେଠାରେ ଏପରି କିଛି ନିର୍ମାଣ କାର୍ଯ୍ୟ ନକରି ବରଂ ସେ ଜାଗାକୁ ଉଚ୍ଚ ଦରରେ କୋଟି କୋଟିର ମୂଲ୍ୟରେ ବିକିଦେଇଥିଲେ । ଏଥିରେ ସାଂସଦ ସଞ୍ଜୟ ରାଉତ ସାମିଲ ଥିବା ଅଭିଯୋଗ ହୋଇଥିଲା । ତେଣୁ ଏନେଇ ଇଡି ସଞ୍ଚୟଙ୍କୁ କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ୍ ପଠାଇଥିଲେ ବି ସଞ୍ଜୟ ହାଜର ହୋଇନଥିଲେ । ଫଳରେ ଆଜି ତାଙ୍କ ବାସ ଭବନକୁ ଆସି ୩ ଘଣ୍ଟା କାଳ ତନାଘନା ଯାଞ୍ଚ କରିଛି । ଇଡିର ଏପରି କାର୍ଯ୍ୟକୁ ବିରୋଧ କରି ରାଗିଯାଇଥିଲେ ଶିବସେନା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ । ଟ୍ୱିଟ କରି କହିଛନ୍ତି ଯେ, ‘ମୁଁ ବାଲାସାହେବ ଠାକରେଙ୍କ ରାଣ ଖାଇ କହୁଛି ଏହି ଦୁର୍ନୀତିରେ ମୋର କିଛି ସମ୍ପୃକ୍ତି ନାହିଁ । ବାଲା ସାହେବ ଆମକୁ ଲଢିବାକୁ ଶିଖାଇଛନ୍ତି । ଆମେ ଶିବସେନା ପାଇଁ ଲଢିବୁ । ଇଡିର ଏପରି କାର୍ଯ୍ୟାନୁଷ୍ଠାନ ମିଛ, ପ୍ରମାଣ ବି ମିଛ, ତେଣୁ ମୁଁ ମରିଯିବି ପଛେ ହେଲେ ସମର୍ପଣ କରିବି କରିବି ନାର୍ହିଁ’ । ସଞ୍ଜୟ ରାଉତଙ୍କ ଘରେ ଇଡି ପହଞ୍ଚିବା ପରେ ତାଙ୍କ ବାସଭବନରେ ଆଗରେ ସମର୍ଥକଙ୍କ ଭିଡ ଲାଗିଥିଲା । ସମର୍ଥକମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ବିଜେପି ବିରୋଧରେ ନାରା ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com