ଓଡ଼ିଶା

ସୋମବାର ଶପଥ ନେବେ ୩ ନୂଆ ବିଚାରପତି

କଟକ () ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ତିନି ଜଣ ନୂଆ ବିଚାରପତି ସୋମବାର ଶପଥ ନେବେ। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବରିଷ୍ଠ ଆଇନଜୀବୀ ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ଶ୍ରୀ ରମଣ ମୁରାହରି ଓରଫ ଏମ.ଏସ.ରମଣଙ୍କ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ସୋମବାର ପୂର୍ବାହ୍ଣ ସାଢ଼େ ୯ଟା ସମୟରେ ଶପଥ ଗ୍ରହଣ କରିବେ। ଉଚ୍ଚ ନ୍ୟାୟାଳୟର ନୂତନ କୋଠାର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ବିଚାରପତି ଏସ୍‌.ମୁରଲୀଧର ସେମାନଙ୍କୁ ଏହି ତିନି ବରିଷ୍ଠ ଆଇନଜୀବୀଙ୍କୁ ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଶପଥ ଗ୍ରହଣ କରାଇବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com