ଜାତୀୟ

ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦୀ : ୟୁକ୍ରେନ ସଙ୍କଟ ସହ ଅନେକ ପ୍ରସଙ୍ଗରେ ହେଲା ଆଲୋଚନା

ନୂଆଦିଲ୍ଲୀ : ୟୁକ୍ରେନରେ ରୁଷର ଆକ୍ରମଣ ଜାରି ରହିଛି । ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଭାରତ ସରକାର ‘ଅପରେସନ ଗଙ୍ଗା’ ଚଳାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୪ ଘଣ୍ଟା ମଧ୍ୟରେ ୨ ଥର ଉଚ୍ଚସ୍ତରୀୟ ବୈଠକ ଡକାଇ ରଣନୀତି ପ୍ରସ୍ତୁତ କରିଛନ୍ତି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ତାଙ୍କୁ ୟୁକ୍ରେନ ସଙ୍କଟ ସମେତ ଅନେକ ପ୍ରସଙ୍ଗରେ ସୂଚନା ଦେଇଛନ୍ତି ।
ତେବେ ରୁଷର ଆକ୍ରମଣ ପରେ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବାକୁ ଏବେ କେନ୍ଦ୍ରମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସୋମବାର ଦିନ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ହରଦୀପ ସିଂ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରଣ ରିଜିଜୁ ଓ ଜେନେରାଳ୍ ଭିକେ ସିଂହ ଏହି ଅଭିଯାନରେ ସମନ୍ୱୟ ରକ୍ଷା କରିବେ ଓ ଛାତ୍ରଛାତ୍ରୀଙ୍କୁ ସାହାର୍ଯ୍ୟ କରିବାକୁ ୟୁକ୍ରେନର ପଡୋଶୀ ଦେଶକୁ ଯିବେ । ସରକାରୀ ସୂତ୍ରରୁ ପ୍ରକାଶ ଯେ, ଏହି ମନ୍ତ୍ରୀମାନେ ଭାରତର ‘ବିଶେଷ ଦୂତ’ ଭାବେ ସେଠାକୁ ଯିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com