ଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୫ ବର୍ଷୀୟ ଝିଅ

ମହଙ୍ଗା ହୋଇଛି ମ୍ୟାଗି ଓ ପେନସିଲ୍, ମାଗିଲେ ମାଆ ମାରୁଛି । କିଛି ଏଭଳି ଅଭିଯୋଗ କରିଛି ପାଞ୍ଚ ବର୍ଷୀୟ ଝିଅ କୃତୀ । କଥା ଏତିକିରେ ଶେଷ ହୋଇନାହିଁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି । ସୋସିଆଲ ମିଡିଆରେ ୫ ବର୍ଷୀୟ କୃତୀଙ୍କ ଚିଠି ବର୍ତ୍ତମାନ ଚର୍ଚ୍ଚା ସାଉଁଟୁଛି । ବଢୁଥିବା ମହଙ୍ଗାମାଡକୁ ନେଇ ସେ ଏହି ଚିଠି ପ୍ରଧାନମନ୍ତ୍ରୀଙ୍କୁ ଲେଖିଛନ୍ତି । ଉତ୍ତର ପ୍ରଦେଶର କନୌଜର ବାସିନ୍ଦା କୃତୀ ଦୁବେ ପ୍ରଧାନମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି । ସେ ପେନସିଲ ମ୍ୟାଗି ଏବଂ ରବରର ବଢୁଥିବା ଦାମକୁ ନେଇ ଅଭିଯୋଗ କରିଛନ୍ତି । ପ୍ରଥମ ଶ୍ରେଣୀରେ ପଢୁଥିବା ଛାତ୍ରୀ ଜଣଙ୍କ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମହାଶୟ ଆପଣ ସବୁଜିନିଷର ଦାମ ବଢାଇଦେଇଛନ୍ତି । କେବଳ ଏତିକି ନୁହେଁ, ପେନସିଲ, ରବର ଏବଂ ମ୍ୟାଗିର ଦାମ ବି ବଢାଇଦେଇଛନ୍ତି । ମୁଁ ପେନସିଲ ମାଗିଲେ ମୋ ମାଆ ମୋତେ ମାଡମାରୁଛନ୍ତି । ମୁଁ କଣ କରିବି? ଅନ୍ୟପିଲାମାନେ ମୋର ପେନସିଲ ଚୋରୀ କରିନେଉଛନ୍ତି । ସ୍କୁଲରେ ପଢୁଥିବା ଏହି ଛାତ୍ରଙ୍କର ଏଭଳି ଚିଠି ପରେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି । କୃତୀଙ୍କ ବାପା ବିଶାଲ ଦୁବେ ଜଣେ ଓକିଲ । ତାଙ୍କ କହିବାକଥା ଏହା ତାଙ୍କ ଝିଅର ମନର କଥା । ସେତେବେଳେ ସେ ନାରାଜ ହୋଇଯାଇଥିଲା ଯେତେବେଳେ ତାର ମାଆ ସ୍କୁଲରେ ପେନସିଲ ହଜାଇବା ପରେ ତା ଉପରେ ରାଗିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com