ଓଡ଼ିଶା

ରାଷ୍ଟ୍ରପତି ପୁରସ୍କାର ପାଇବେ ଦକ୍ଷିଣାଞ୍ଚଳ ବ୍ରହ୍ମପୁର ଅଗ୍ନିଶମ ଅଧିକାରୀ

ବ୍ରହ୍ମପୁର, ୧୫/୦୮/୨୦୨୨-   ଦକ୍ଷିଣାଞ୍ଚଳ ବ୍ରହ୍ମପୁର ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଦାଶଙ୍କୁ ଭାରତର ରାଷ୍ଟ୍ରପତିଙ୍କର ବିଶିଷ୍ଟ ସେବା ପଦକ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେ ୨୦୦୦ ମସିହାରେ ଓଡିଶା ଅଗ୍ନିଶମ ସେବା ସଂସ୍ଥାରେ କେନ୍ଦ୍ରାଧିକାରୀ ଅର୍ଥାତ ଷ୍ଟେସନ ଅଫିସର ଭାବେ ଯୋଗଦାନ କରିଥିଲେ । ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଓ କର୍ତ୍ତବ୍ୟ ପରାୟଣ ସେବା ପାଇଁ ସେ ପୁଣି ଥରେ ରାଷ୍ଟ୍ରପତିଙ୍କର ବିଶିଷ୍ଟ ସେବା ପଦକ ପାଇଁ ବିବେଚିତ ହୋଇଛନ୍ତି । ଆସନ୍ତା ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ସେ ଏହି ପୁରସ୍କାର ପଦବୀ ଗ୍ରହଣ କରିବେ । ପୂର୍ବରୁ ୨୦୦୯ ମସିହାରେ ଶ୍ରେଷ୍ଠ କେନ୍ଦ୍ରାଧିକାରୀ ରୂପେ ରାଜ୍ୟପାଳଙ୍କ ଦ୍ବାରା, ୨୦୧୭ ମସିହାରେ ମହାମହିମ ରାଷ୍ଟ୍ରପତିଙ୍କର ସେବା ପଦକ ୨୦୨୧ ମସିହାରେ ଅଗ୍ନିଶମ ମହାନିର୍ଦ୍ଦେଶକଙ୍କର ପଦକ ପାଇଁ  ସେ ବିବେଚିତ ହୋଇଥିବା ବେଳେ ବର୍ତ୍ତମାନ ରାଷ୍ଟ୍ରପତିଙ୍କର ବିଶିଷ୍ଟ ସେବା ପଦକ ପାଇଁ ବିବେଚିତ ହୋଇଥିବା ଜଣାପଡିଛି । ସେ ଦେଶ ତଥା ବିଦେଶରେ ଅନେକ ଅଗ୍ନିଶମ ସେବା କ୍ଷେତ୍ରରେ ଉନ୍ନତି ପାଇଁ ବୈଷୟିକ ଜ୍ଞାନ କୌଶଳ ଗ୍ରହଣ କରି ତାହାକୁ ଜନସେବାରେ ବିନିଯୋଗ କରିଛନ୍ତି । ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com