ଓଡ଼ିଶା

ଭାଇଚାରାର ପର୍ବ ଇଦ୍ ଆଜି: ୨ବର୍ଷ ପରେ ଏକାଠି ହେବେ ମୁସଲମାନ ଭାଇ-ଭଉଣୀ

ଭୁବନେଶ୍ୱର() ଆଜି ଭାଇଚାରାର ପର୍ବ ଇଦ୍ । କରୋନା କଟକଣା କୋହଳ ହେବାରୁ ପ୍ରାୟ ୨ବର୍ଷ ପରେ ଏକାଠି ହେବେ ମୁସଲିମ୍‌ ଭାଇ ଭଉଣୀମାନେ । ମସ୍‌ଜିଦ୍‌ ଯାଇ ନମାଜ ପାଠ କରିବା ସହିତ ଘରେ ପ୍ରସ୍ତୁତ କରିବେ ସୁସ୍ୱାଦୁ ବ୍ୟଞ୍ଜନ । ରଙ୍ଗ ବେରଙ୍ଗର ପୋଷାକ ସହ ଗହଳିରେ ବାରି ହୋଇପଡ଼ିବ ଅତରର ବାସ୍ନା । ରାସ୍ତାଘାଟରେ ଦେଖିବାକୁ ମିଳିବ ମୁସଲିମ୍‌ ଭାଇଙ୍କ ଆଲିଙ୍ଗନର ଦୃଶ୍ୟ । କରୋନା କଟକଣା ହଟିବା ପରେ ଚମକିବ ଇଦ୍‌ ପର୍ବ । ଗୋଟିଏ ମାସ ଯାଏ ରୋଜା (ଉପବାସ) ରଖିବା ପରେ ମସଜିଦ୍‌ରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଇଦ୍‌ ଗାହା ବା ଖୋଲା ପଡ଼ିଆକୁ ଯାଇ ସମୂହ ନମାଜ ପାଠ କରିବେ ।

ତେବେ ଏହି ମାସରେ ବର୍ଷକର ଆୟର ୨.୫ ପ୍ରତିଶତ ସମ୍ପତ୍ତି ଜକାତ୍‌ ହିସାବରେ ଦାନ କରାଯାଏ । ଫିତ୍‌ରାରେ ଗରିବ ଲୋକଙ୍କୁ ଖାଦ୍ୟ ଲାଗି ଦାନ କରାଯାଇଥାଏ । ଯେଉଁଥିରେ ପରିବାରର ପ୍ରତି ସଦସ୍ୟ ୬୦ ଟଙ୍କା ଲେଖାଏଁ ଗରିବ ଲୋକଙ୍କୁ ଦାନ କରାଯାଏ । ନମାଜ ପାଠ ପରେ ପରିବାର ସଦସ୍ୟଙ୍କ ପାଇଁ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରାଯିବ । ରୋଷେଇ ଘରୁ ବିରିୟାନୀ, ଲଚ୍ଛା ପରି ଅନେକ ଖାଦ୍ୟର ସୁଗନ୍ଧ ଭାସି ଆସିବ । ସମ୍ପର୍କୀୟକୁ ଘରକୁ ଡାକିବା ସହିତ ଖଜୁରୀ, ବିରିୟାନୀ ଓ ଲଚ୍ଛାକୁ ଉପହାର ସ୍ୱରୂପ ଭେଟି ଦେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com