ଅନ୍ତର୍ଜାତୀୟବାଣିଜ୍ୟ

ରୁଷ ସହ ଏସ-୪୦୦ ମିସାଇଲ୍ ଡିଲକୁ ନେଇ ଭାରତ ଉପରେ କଟକଣା ଲଗାଇପାରେ ଆମେରିକା

ନୂଆଦିଲ୍ଲୀ : ରୁଷ ସହ ଏସ-୪୦୦ ମିସାଇଲ ଡିଲ୍ କାରଣରୁ ଆମେରିକା ଭାରତ ଉପରେ କଟକଣା ଲଗାଇପାରେ। ଆମେରିକା କୂଟନୈତିଜ୍ଞ ଡୋନାଲ୍ଡ ଲୁ କହିଛନ୍ତି, ଏସ-୪୦୦ ମିସାଇଲ୍ କ୍ରୟ ନେଇ ରୁଷ ଭାରତର ରାଜିନାମା ଉପରେ ପୁନଃ ସମୀକ୍ଷା କରୁଛନ୍ତି ବାଇଡେନ୍ ପ୍ରଶାସନ। କାଉଟରିଙ୍ଗ ଆମେରିକାଜ ଆଡଭର୍ସରିଜ୍ ଥ୍ରୁ ସେକ୍ସନ ଆକ୍ଟ(ଉଇଇଞଝଇ) ଆଧାରରେ ଆମେରିକା ଭାରତ ଉପରେ କଟକଣା ଲଗାଇବ କି ନାହିଁ ତାହା ପରେ ଜଣା ପଡିବ।
ୟୁକ୍ରେନ ଉପରେ ରୁଷର ଆକ୍ରମଣ ବିରୋଧରେ ମିଳିତ ଜାତିସଂଘରେ ଆଗତ ନିନ୍ଦା ପ୍ରସ୍ତାବ ଉପରେ ମତଦାନରୁ ଭାରତ ଦୂରେଇ ରହିବା ପରେ ଲୁଙ୍କ ପକ୍ଷରୁ ଏହି ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଲୁ କହିଛନ୍ତି, ବାଇଡେନ୍ ପ୍ରଶାସନ ଏବେ ମଧ୍ୟ ଭାରତ ଉପରେ ଉଇଇଞଝଇ ଆଧାରରେ କଟକଣା ଲଗାଇବା ଉପରେ ନିଷ୍ପତ୍ତି ନେଇ ନାହାନ୍ତି। ସେ କହିଛନ୍ତି, ଭାରତ ବାସ୍ତବରେ ଆମର ଏକ ଗୁରୁତ୍ଵପୂର୍ଣ୍ଣ ସୁରକ୍ଷା ଭାଗିଦାରୀ ଅଟେ। ଆମେ ସେହି ଭାଗିଦାରୀକୁ ଆଗକୁ ବଢାଇବାକୁ ଚାହୁଁଛୁ।
ଭାରତ ୨୦୧୬ ପରଠୁ ରୁଷ ଯୁଦ୍ଧାସ୍ତ୍ରର ସବୁଠୁ ବଡ ଆମଦାନୀକାରୀ ରାଷ୍ଟ୍ର। ଲୁ କହିଛନ୍ତି, ଭାରତ ନିକଟରେ ରୁଷି ମିଗ୍-୨୯ ଲଢୁଆ ବିମାନ, ହେଲିକପ୍ଟର ଏବଂ ଟ୍ୟାଙ୍କରୋଧୀ ହତିଆର ଅର୍ଡର ଦେଇ ସାରିଛି। ଯୁଦ୍ଧାସ୍ତ୍ର କୟ ନେଇ ରୁଷ ସହ ଭାରତର ଘନିଷ୍ଠତା ବଢିଛି। ସେଥିରେ ଆମେରିକାର କୌଣସି ଆପତ୍ତି ନାହିଁ। ତେବେ ୟୁକ୍ରେନ ଉପରେ ଆକ୍ରମଣ ଘଟଣାରେ ଭାରତ ନିରବ ରହିବା ଏବଂ ରୁଷ ବିରୋଧରେ ମତଦାନରୁ ନିବୃତ୍ତ ରହିବା ଆମେରିକାକୁ ଠିକ୍ ଲାଗି ନାହିଁ। ତେଣୁ ଆମେରିକା ଭାରତ ଉପରେ କଟକଣା ଉପରେ ବିଚାର କରିପାରେ ବୋଲି ଲୁ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com