ଅନ୍ୟାନ୍ୟ

ନିୟମିତ ହେବେ ଅଙ୍ଗନବାଡି ସୁପର ଭାଇଜର

ଦୁଇ ମାସ ମଧ୍ୟରେ ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ଆଦେଶ

କଟକ, ୦୧/୦୯/୨୦୨୨-   ଅଙ୍ଗନବାଡ଼ି ସୁପରଭାଇଜରଙ୍କ ପାଇଁ ଖୁସି ଖବର । ଏଣିକି ନିୟମିତ ହେବେ ଅଙ୍ଗନବାଡି ସୁପଭାଇଜର । ଚାକିରି ନିୟମିତ ପ୍ରସଙ୍ଗରେ ମହିଳା ଓ ଶିଶୁ ବିକାଶ ବିଭାଗ ଦୁଇ ମାସ ଭିତରେ ନିଷ୍ପତ୍ତି ଗ୍ରହଣ କରିବାକୁ  ହାଇକୋର୍ଟ କହିଛନ୍ତି ।  ଚୟନ କମିଟି ସୁପାରିସ ଆଧାରରେ ୨୦୧୦ରୁ ଅଙ୍ଗନବାଡି ସୁପରଭାଇଜର ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିବା ଆବେଦନକାରୀଙ୍କ ଚାକିରି ନିୟମିତ କରାଯିବ ।

୫ ବର୍ଷରୁ ଅଧିକ ସମୟ ଧରି ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟ କରୁଥିବା ସ୍ନାତକ ଡିଗ୍ରିଧାରୀ ଆବେଦନକାରୀଙ୍କୁ ସୁପରଭାଇଜର ପଦରେ ନିଯୁକ୍ତି ପାଇଁ ୨୦୧୦, ଅଗଷ୍ଟ ୧୦ରେ ଅନୁଷ୍ଠିତ ଚୟନ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଅଙ୍ଗନବାଡ଼ି ସୁପରଭାଇଜର ପଦବିରେ ନିଯୁକ୍ତି ପରେ ଆବେଦନକାରୀଙ୍କ ଚାକିରି ନିୟମିତ କରାଯିବା କଥା । କିନ୍ତୁ, ଆବେଦନକାରୀଙ୍କ ଚାକରି ନିୟମିତ କରାଯାଇ ନଥିଲା କି ସେମାନଙ୍କୁ ବିଭିନ୍ନ ସୁବିଧା ମିଳୁନଥିଲା । ୨୦୧୭ରେ ଏ ନେଇ ଆବେଦନକାରୀ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲଙ୍କ ଦ୍ବାରସ୍ଥ ହୋଇଥିଲେ । ସ୍ୟାଟ୍ ଉଚ୍ଛେଦ ହେବାପରେ ମାମଲା ଶୁଣାଣି ପାଇଁ ହାଇକୋର୍ଟକୁ ସ୍ଥାନାନ୍ତର ହୋଇଥିଲା ।

ଅଙ୍ଗନବାଡ଼ି ସୁପରଭାଇଜର ପଦବି‌ରେ ନିଯୁକ୍ତିର ୧୨ ବର୍ଷ ପରେ ସେମାନଙ୍କ ଚାକରି ନିୟମିତ ପାଇଁ ମହିଳା ଓ ଶିଶୁବିକାଶ ବିଭାଗ ପଦକ୍ଷେପ ଗ୍ରହଣ ନ କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com