ଅନ୍ୟାନ୍ୟ

ଉତ୍ତର ପ୍ରଦେଶର ଅଲିଗଡ଼ ସ୍ଥିତ ଏକ ପୁଲିସ ଷ୍ଟେସନରେ ଅଭାବନୀୟ ଘଟଣା

ଉତ୍ତର ପ୍ରଦେଶର ଅଲିଗଡ଼ ସ୍ଥିତ ଏକ ପୁଲିସ ଷ୍ଟେସନରେ ଅଭାବନୀୟ ଘଟଣା ଘଟିଛି। ପାସପୋର୍ଟ ଭେରିଫିକେସନ ପାଇଁ ଯାଇଥିବା ମହିଳାଙ୍କ ମୁଣ୍ଡରେ ଭୁଲରେ ବାଜିଛି ଗୁଳି।

ସବ ଇନସପେକ୍ଟର ମନୋଜ ଶର୍ମା ନିଜ ସର୍ଭିସ ପିସ୍ତଲ ସଜାଡ଼ୁ ଥିବା ବେଳେ ଏଥିରୁ ଗୁଳି ବାହାରି ସିଧା ସାମ୍ନାରେ ଛିଡ଼ା ହୋଇଥିବା ମହିଳାଙ୍କ ମୁଣ୍ଡରେ ବାଜିଛି। ଏହି ଘଟଣାଟି ସିସିଟିଭିରେ ମଧ୍ୟ କଏଦ ହୋଇଛି। ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

Related Articles

Back to top button