Featuredଅନ୍ତର୍ଜାତୀୟ

ଦୁର୍ଘଟଣା ପରେ ଚାଲିଥିଲା ସର୍ଚ୍ଚ ଅପରେସନ୍‍, ଜଙ୍ଗଲରୁ ଉଦ୍ଧାର ହେଲେ ୪ ଶିଶୁ

ମୋବାଇଲ୍‍ ନ୍ୟୁଜ୍‍ ବ୍ୟୁରୋ: ରଖେ ହରି ତ ମାରେ କିଏ, ଆଉ ମାରେ ହରି ତ ରଖେ କିଏ ? ଏକଥା ଆପଣ ପ୍ରାୟ ସମୟରେ ଶୁଣିଥିବେ । କିନ୍ତୁ ଏହି ଉକ୍ତିର ବାସ୍ତବ ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି । ଜୀବନରେ କେତେବେଳେ କଣ ଘଟିବ ତାହା କେହିବି କହି ପାରନ୍ତି ନାହିଁ । ଜୀବନ ମୃତ୍ୟୁର ଏହି ସଂଘର୍ଷମୟ ଚଲାବାଟରେ ବେଳେବେଳେ ଏମିତି କିଛି ଚମତ୍କାର ଘଟେ ଯାହାକୁ ବିଶ୍ୱାସ କରିବା କଷ୍ଟକର ହୋଇଯାଏ । ଏହିଭଳି ଏକ ଘଟଣା ବର୍ତ୍ତମାନ ପୂରା ବିଶ୍ୱବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ବିମାନ ଦୁର୍ଘଟଣାର ପ୍ରାୟ ୨ ସପ୍ତାହ ପର୍ଯ୍ୟନ୍ତ ଜୀବିତ ଥିଲେ ୪ ଶିଶୁ । କିନ୍ତୁ ସବୁଠାରୁ ଅଶ୍ଚର୍ଯ୍ୟର କଥା ଏମାନଙ୍କ ମଧ୍ୟରୁ ଜଣେ ୧୧ ମାସର ଶିଶୁ ରହିଛି। କଲମ୍ବିଆ ଆମାଜନ ଜଙ୍ଗଲରେ ଘଟିଛି ଏହି ଦୁର୍ଘଟଣା । ମେ ୧ରେ ହୋଇଥିବା ବିମାନ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା । ଆଉ ସେବେଠାରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ବୁଧବାର ୪ ପିଲାଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଏନେଇ ରାଷ୍ଟ୍ରପତି ଗୁସ୍ତାବୋ ପେଟ୍ରୋ ସୂଚନା ଦେଇଛନ୍ତି। ପିଲାଙ୍କ ବୟସ ୪, ୯ ଓ୧୩ ବର୍ଷ ହୋଇଥିବା ବେଳେ ଜଣେ ୧୧ ମାସର ଶିଶୁ ମଧ୍ୟ ରହିଛି।

ଏହି ସର୍ଚ୍ଚ ଅପରେସନରେ ୧୦୦ରୁ ଅଧିକ ସୈନିକଙ୍କୁ ସ୍ନିଫର ଡଗ୍ସ ସାମିଲ ହୋଇଥିଲେ। ଅଧିକାରୀମାନେ କହିଛନ୍ତି ଯେ ପିଲାମାନେ ଦକ୍ଷିଣ କାକ୍ୱେଟା ଜଙ୍ଗଲରେ ରାସ୍ତା ଭୁଲି ଯାଇଥିଲେ । ସେମାନେ ଜଙ୍ଗଲର ଫଳଖାଇ ବଞ୍ôଚଥିବା ଅନୁମାନ କରାଯାଉଛି । ସର୍ଚ୍ଚ ଅପରେସନ ସମୟରେ ଗୋଟିଏ ପାଣି ବୋତଲ ଏବଂ ଅଧା ଖିଆଯାଇଥିବା ଫଳ ମିଳିଥିଲା । ଏହାପରେ ସର୍ଚ୍ଚ ଅପରେସନ ଜୋର୍‌ଦାର୍ କରାଯାଇଥିଲା । ପାଇଲଟଙ୍କ ସହ ୨ ବୟସ୍କଙ୍କ ମୃତ ଶରୀର ମିଳିଥିଲା ମୃତକଙ୍କ ମଧ୍ୟରେ ୪ ପିଲାଙ୍କ ମା’ ମଧ୍ୟ ରହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com