ଓଡ଼ିଶା

ଦ୍ୱିତୀୟ ଦିନରେ ଟ୍ରକ ମାଲିକଙ୍କ ଚକା ବନ୍ଦ ଆନ୍ଦୋଳନ

ସୁନ୍ଦରଗଡ଼, ୧୯/୦୯/୨୦୨୨ – ଟ୍ରକ ମାଲିକଙ୍କ ଚକା ବନ୍ଦ ଆନ୍ଦୋଳନ ସୋମବାର ଦ୍ୱିତୀୟ ଦିନରେ ପହଞ୍ଚିଛି । କୋଇଲା ପରିବହନରେ ଭଡ଼ା ବୃଦ୍ଧି ଦାବି କରି ଟ୍ରକ ମାଲିକଙ୍କ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଟନ ପ୍ରତି ଭଡ଼ା ୧୪୦ ଟଙ୍କା ବୃଦ୍ଧି କରାଯିବା ପାଇଁ ଦାବି ହେଉଛି । ଟ୍ରକ ମାଲିକ ମାନେ ଜିଲ୍ଲା ପ୍ରଶାସନର ମଧ୍ୟସ୍ଥତାରେ କମ୍ପାନୀ କର୍ତ୍ତୃପକ୍ଷ ପକ୍ଷଙ୍କ ସହ ଦୁଇ ଦୁଇ ଥର ବୈଠକ କଲା ପରେ ମଧ୍ୟ କିଛି ସୁଫଳ ମିଳି ପାରିନଥିଲା । ପାଖାପାଖି ୮ ହଜାରରୁ ଉର୍ଦ୍ଧ୍ୱ ଟ୍ରକ ଅଟକିବା ଯୋଗୁଁ ଏମସିଏଲର ତିନୋଟି କୋଇଲା ଖଣିରୁ ବର୍ତ୍ତମାନ କୋଇଲା ପରିବହନ ବନ୍ଦ ହୋଇଯାଇଛି । ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଛତିଶଗଡ଼କୁ ଏମସିଏଲର କୋଇଲା ପରିବହନ ହୋଇଥାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com