ଓଡ଼ିଶା

ଉଜ୍ଜଳ ଭାରତ-ଉଜ୍ଜଳ ଭବିଷ୍ୟତ, ପାଓ୍ବାର @ ୨୦୪୭ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମଅନୁଷ୍ଠିତ

ଛତ୍ରପୁର, ୩୧/୦୭/୨୦୨୨- ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ “ଉଜ୍ଜଳ ଭାରତ-ଉଜ୍ଜଳ ଭବିଷ୍ୟତ, ପାଓ୍ବାର @ ୨୦୪୭” ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଶନିବାର  କୁକୁଡାଖଣ୍ଡି ବ୍ଲକ୍ କାର୍ଯ୍ୟାଳୟ  ସ୍ଥିତ ସଭାଗୃହରେ  ପାଳିତ ହୋଇଯାଇଛି । ୫ ହଜାର କୋଟି ଟଙ୍କା ମୂଲ୍ୟରେ ଏନ୍.ଟି.ପି.ସି.ଏଲ୍ ର ତଥ୍ୟ ଉର୍ଜା ପରିଚାଳନା ଯୋଜନା, ତିନି କୋଟି ଟଙ୍କାରୁ ଅଧିକ ବିଜୁଳି ବିତରଣ ଆଧୁନୀକିକରଣ ସମ୍ବନ୍ଧୀୟ ପୁନରୁଦ୍ଧାର ଆଧାରୀତ ବିତରଣ କ୍ଷେତ୍ର ଯୋଜନା ଓ ଜାତୀୟ ରୁଫ୍ ଟପ୍ ସୋଲାର ପୋର୍ଟାଲର ଶୁଭ ଉଦ୍ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଅନ୍ ଲାଇନ୍ ମାଧ୍ୟମରେ  ହୋଇଯାଇଛି ।  ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।  ଭାରତବର୍ଷ ବିଜୁଳି ଅଭାବରୁ ବିଜୁଳି ବଳକା ଦେଶ ଭାବେ ପରିଚିତ ହୋଇପାରିଛି । 169 GW ରୁ ଅଧିକ ଉତ୍ପାଦନ ଯୋଡ଼ି ହେଇ ମୋଟ ବିଜୁଳି ସ୍ଥାପିତ କ୍ଷମତା 404 GW କୁ ପହଞ୍ଚିଛି । ଦେଶରେ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ବିଜୁଳି ପହଞ୍ଚାଇବା ପାଇଁ 1.6 ଲକ୍ଷ ସର୍କିଟ କିଲୋମିଟରରୁ ଅଧିକ ଟ୍ରାନ୍ସମିଶନ ଲାଇନ ବିଛା ଯାଇଛି । ଯାହାଦ୍ବାରା ଦେଶରେ ଏକ ଗ୍ରିଡ ଏକ ଫ୍ରିକୁଏନ୍ସି ର ବିଜୁଳି ସଂଯୋଗ ପ୍ରକ୍ରିୟା ସମ୍ଭବ ହେଇ ପାରିଛି । ଯାହାକି ବିଶ୍ଵ ସ୍ତରର ସବୁଠାରୁ ବଡ଼ ଏକିକୃତ ଗ୍ରିଡ୍ । ଏହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ ର ଏକ ବଡ଼ ଉଦାହରଣ । କେନ୍ଦ୍ର ସରକାରଙ୍କ  ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ ବିଦ୍ୟୁତିକରଣ ଯୋଜନା , ପ୍ରଧାନମନ୍ତ୍ରୀ ସହଜ ବିଜଲି ହର ଘର ଯୋଜନା, ଏକୀକୃତ ଉର୍ଜା ବିକାଶ ଯୋଜନା  ଇତ୍ୟାଦି ଦ୍ଵାରା ବର୍ଷ ୨୦୧୮ ଭିତରେ ଦେଶର ସମଗ୍ର ୧୮୩୭୪ ଗାଁ କୁ ବିଜୁଳି ସଂଯୋଗ କରାଯାଇ ୧୦୦ ପ୍ରତିଶତ ଗ୍ରାମ୍ୟ ବିଦ୍ୟୁତିକରଣର ଲକ୍ଷ୍ୟ ପ୍ରାପ୍ତି ହେଇସାରିଛି । ଏଥି ସହିତ ୨.୮୬ କୋଟି ଜନତାଙ୍କୁ ନିଃଶୁଳ୍କ ବିଜୁଳି ସଂଯୋଗ କରାଯାଇ ଶତ ପ୍ରତିଶତ ଘରୋଇ ବିଦ୍ୟୁତକରଣର କଠିନ ଲକ୍ଷ୍ୟ ବି ପୁରା ହେଇ ପାରିଛି । ୨.୦୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଜୁଳି ବ୍ୟବସ୍ଥାକୁ ସୁଦୃଢ କରାଯାଇଛି । ଯାହା ଦ୍ଵାରା ୨୦୧୫ ମସିହାରେ ଗ୍ରାମାଞ୍ଚଳରେ ଯେଉଁ ୧୨ ଘଣ୍ଟା ବିଦ୍ୟୁତ୍ ଯୋଗାଣ ହେଉଥିଲା ତାହା ବୃଦ୍ଧି ହେଇ ବର୍ତ୍ତମାନ ୨୨.୫ ଘଣ୍ଟା ସମ୍ଭବ ହେଇ ପାରିଛି । ୨୦୨୧ ମସିହାରେ ହିଁ ଭାରତ ୪୦ ପ୍ରତିଶତ ଅକ୍ଷୟ ଊର୍ଜା ମିଶ୍ରଣର ଲକ୍ଷ୍ୟ ହାସଲ କରିସାରି ବିଶ୍ୱରେ ଏମିତି ଚତୁର୍ଥ ଦେଶ ଭାବେ ଉଭା ହେଇ ପାରିଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଏହି ଉଦ୍ୟମରେ ପାୱାରଗ୍ରୀଡର ବି ବିଦ୍ୟୁତ୍ କ୍ଷେତ୍ରରେ ବହୁତ ଯୋଗଦାନ ରହିଛି । ପୂର୍ବରେ ୧୧ ତମ ପ୍ଲାନ୍ ରେ ବିପିଏଲ ଶ୍ରେଣୀର ଲାଭାର୍ଥୀଙ୍କୁ ନିଃଶୁକ୍ଳ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା । ପରବର୍ତ୍ତୀ ସୌଭାଗ୍ୟ ଯୋଜନାରେ ୬.୯ ଲକ୍ଷ ବିପିଏଲ ଏବଂ ନନ-ବିପିଏଲ ଶ୍ରେଣୀର ଗ୍ରାମୀଣ ଲାଭାର୍ଥୀଙ୍କୁ ୧୯୨୮ କୋଟି ଟଙ୍କା ଖର୍ଚ୍ଚରେ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଓ୍ବ କୀର୍ତ୍ତି ଭାସନ୍ ଭି. , ଓପିଟିସିଏଲ୍ ର ଇ.ଡି. ବିଶ୍ବ ରଞ୍ଜନ ମିଶ୍ର, ପାଓ୍ବାର ଗ୍ରୀଡ୍ କର୍ପୋରେସନ୍ ଇଣ୍ଡିଆ ଲିମିଟେଡ୍ ର ସିଜିଏମ୍ ଏସ୍.ପି.ଦାଶ, କୁକୁଡାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ କଲ୍ୟାଣୀ ସଂଘମିତ୍ରା ଦେବୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com