Breaking NewsFeaturedଭାଇରାଲ୍ ଭିଡିଓ

ଶ୍ମଶାନ ପାଲଟିଲା ବିବାହ ମଣ୍ଡପ

ହସ ଖୁସିରେ ଚାଲିଥିଲା ବାହାଘର । ବର ପକ୍ଷ କନ୍ୟା ପକ୍ଷ ସମସ୍ତେ ଗୋଟିଏ ମଣ୍ଡପରେ ଏକାଠି ହୋଇଥିଲେ । ସମସ୍ତେ ଖୁସିରେ ବିବାହ କାର୍ଯ୍ୟରେ ବ୍ୟସ୍ତ ଥିଲେ । ହେଲେ କିଏ ବା ଜାଣିଥିଲା ଏ ଖୁସି ମାତ୍ର କିଛି ମୂହୁର୍ତ୍ତରେ ମିଳେଇଯିବ ବୋଲି । ସତେ ଯେମିତି ଗ୍ରହଣ ଲାଗିଗଲା । ଚାହୁଁ ଚାହୁଁ ଆଖି ପିଛୁଳାକେ ଚାରିଆଡେ ଖେଳିଗଲା ଶୋକର କଳାବାଦଲ ।

ବିବାହ ଭୋଜିରେ ଯୋଗ ଦେବାକୁ ଆସି ଜୀବନ୍ତ ଦଗ୍ଧ ହୋଇଗଲେ ୧୦୦ରୁ ଅଧିକ ଜଣ । ସେହିପରି ୧୫୦ରୁ ଅଧିକ ଆହାତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତର ଇରାକ ନିନେୱେହ ପ୍ରାନ୍ତର ଅଲ ହମହାନିଆ ଜିଲ୍ଲାରେ । ମଙ୍ଗଳବାର ଜିଲ୍ଲାର ଏକ ଇଭେଣ୍ଟ ହଲରେ ବିବାହ ଉତ୍ସବ ଚାଲିଥିଲା । ହଠାତ ଏହି ସମୟରେ ହଲରେ ଭୟାବହ ଅଗ୍ନୀକାଣ୍ଡ ଘଟିଥିଲା । ପଳରେ ଶ୍ମଶାନ ପାଲଟିଗଲା ବିବାହ ସମାରୋହ । ଅଗ୍ନୀକାଣ୍ଡ ଘଟି ବର ଏବଂ କନ୍ୟାଙ୍କ ସମେତ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଲେ ୧୫୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ଇରାକ ସରକାରଙ୍କ ସୂଚନା ମୁତାବକ ସ୍ଥାନୀୟ ସମୟ ଅନୁସାରେ ମଙ୍ଗଳବାର ରରାତି ପ୍ରାୟ ୧୦ଟା ୪୫ରେ ଉତ୍ତର ଇରାକ ନିନେୱେହ ପ୍ରାନ୍ତର ଅଲହମଦାନିଆ ଜିଲ୍ଲାର ଏକ ଇଭେଣ୍ଟ ହଲରେ ନିଆଁ ଲାଗି ଯାଇଥିଲା । ଅତ୍ୟଧିକ ଜ୍ୱଳନଶୀଳ ସାମଗ୍ରୀରୁ ଇଭେଣ୍ଟ ହଲର କିଛି ଅଂଶରେ ନିଆଁ ଲାଗିଥିଲା ।

ଏହି ନିଆଁ ଧୀରେ ଧୀରେ ପୁରା ଇଭେଣ୍ଟ ହଲରେ ବ୍ୟାପି ଯାଇଥିଲା । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବାଣ ଫୁଟାରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ସେପଟେ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି । ହେଲେ ସେତେବେଳେକୁ ଶତାଧିକ ଲୋକଙ୍କ ଜୀବନ ଚାଲିଯାଇଥିଲା । ତେବେ ଇଭେଣ୍ଟ ହଲରେ ମୋଟ ୭୦୦ ଲୋକ ଉପସ୍ଥିତ ପହିଥିଲେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଅଗ୍ନିକାଣ୍ଡ ସଂପର୍କରେ ଇରାକ ପ୍ରଧାନମନ୍ତ୍ରୀ ମହମ୍ମଦ ସିୟା ଅଲ ସୁଦାନୀ କହିଚନ୍ତି ଯେ ଏହା କେ ଦୁଃଖଦାୟକ ଖବର । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେହିପରି ବାକି ଆହତମାନଙ୍କୁ ତୁରନ୍ତ ଚିକିତ୍ସା କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com