ଓଡ଼ିଶା

ଅବପାତର ରୂପ ନେଲା ଲଘୁଚାପ କ୍ଷେତ୍ର , ସାରା ରାଜ୍ୟରେ ଜାରି ରହିଛି ବର୍ଷା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୁଦୃଶ ଅବପାତରେ ପରିଣତ ହୋଇଛି । ଏହା ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ସାରା ଓଡିଶାରେ ତୁହାକୁ ତୁହା ବର୍ଷା ଜାରି ରହିଛି । ରବିବାର ଦକ୍ଷିଣ ଓଡିଶାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ବିଭିନ୍ନ ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଓ ୧୬ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।
ଲଘୁଚାପ ପ୍ରଭାବରେ ଓଡିଶା ଉପକୂଳରେ ସମୁଦ୍ର ଅଶାନ୍ତ ଥିବାରୁ ୧୨ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ସେପଟେ ଆସନ୍ତା ୧୭ ରୁ ୧୮ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଲଘୁଚାପ ପ୍ରଭାବରେ ୧୪ତାରିଖ ଯାଏଁ ସାରା ରାଜ୍ୟରେ ବର୍ଷା ଜାରି ରହିବ । ପ୍ରବଳ ବର୍ଷା ଯୋଗୁଁ ପାହାଡ଼ି ଅଞ୍ଚଳରେ ଭୁସ୍ଖଳନ ସାଙ୍ଗକୁ ତଳି ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ । ସେହିପରି ସହରାଞ୍ଚଳରେ ବର୍ଷା ଯୋଗୁ ଟ୍ରାଫିକ ସମସ୍ୟା ଉପୁଜିବା ସମ୍ଭାବନା ରହିଛି । ଏହାସହ ଧାନ ବିଲରେ ପାଣି ଜମା ହେବା ଯୋଗୁଁ ଫସଲ ନଷ୍ଟ ହୋଇପାରେ । ଏଥିପାଇଁ ପଦକ୍ଷେପ ନେବା ସହିତ ଆଲର୍ଟ ରହିବାକୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି ।

Related Articles

Back to top button
WP Twitter Auto Publish Powered By : XYZScripts.com