ଓଡ଼ିଶା

ପୃଥିବୀ ଭଳି ବସତିଯୋଗ୍ୟ ଗ୍ରହ ଠାବ

ନୂଆଦିଲ୍ଲୀ () ଭାରତୀୟ ଜ୍ୟୋତିର୍ବିଜ୍ଞାନୀମାନେ ମହାକାଶରେ ପୃଥିବୀ ଭଳି କିଛି ଗ୍ରହ ଠାବ କରିଛନ୍ତି। ଏହି ଗ୍ରହଗୁଡିକରେ ପୃଥିବୀ ଭଳି ବସବାସ କଲାଭଳି ପରିବେଶ ଥାଇପାରେ ବୋଲି ସେମାନେ କହିଛନ୍ତି। ବିଟ୍‍ସ ପିଲାନିର ଗୋଆସ୍ଥିତ କ୍ୟାମ୍ପସର ଜ୍ୟୋତିର୍ବିଜ୍ଞାନୀ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆଷ୍ଟ୍ରୋଫିଜିକ୍ସ କ୍ୟାମ୍ପସର ଜ୍ୟୋତିର୍ବିଜ୍ଞାନୀମାନେ ମିଳିତ ଭାବରେ ଇଣ୍ଟେଲିଜେନ୍ସ ଭିତ୍ତିକ ଆଲଗୋରିଦମ୍‍ ବ୍ୟବହାର କରି ଏହି ଗ୍ରହଗୁଡିକୁ ଠାବ କରିଛନ୍ତି। ବିଶ୍ୱରେ ରହିଥିବା ହଜାର ହଜାର ସଂଖ୍ୟକ ଗ୍ରହରେ ବସବାସ କରିବା ପରିବେଶ ନଥିବାବେଳେ ପୃଥିବୀ ସେଥିମଧ୍ୟରେ ଏକ ବ୍ୟତିକ୍ରମ ହୋଇଛି ଏବଂ ଏହାକୁ ଆଧାର କରି ଜ୍ୟୋତିର୍ବିଜ୍ଞାନୀମାନେ ବସତିଯୋଗ୍ୟ ସମ୍ଭାବନା ରହିଥିବା ଗ୍ରହ ଠାବ କରିବାକୁ ଗବେଷଣା ଜାରି ରଖିଛନ୍ତି। ମଲ୍‍ଟି ଷ୍ଟେଜ ମେମେଟିକ ବାଇନାରୀ ଟ୍ରି ଆନୋମାଲି ଆଇଡେଣ୍ଟିଫାୟର ନାମକ ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ପଦ୍ଧତିକୁ ସେମାନେ ଉପଯୋଗ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com