ଅନ୍ୟାନ୍ୟ

ନେପାଳରେ ବିମାନ ନିଖୋଜ, ୨୨ ଯାତ୍ରୀଙ୍କ ମଧ୍ୟରେ ଅଛନ୍ତି ୪ ଭାରତୀୟ

ନେପାଳ: ପୋଖରାରୁ ଜୋମସୋମ ଅଭିମୁଖେ ଯାତ୍ରା କରୁଥିବା ତାରା ଏୟାରଲାଇନ୍ସର ୯ ଘଇଋଞର ସମ୍ପର୍କ ଛିନ୍ନ ହୋଇଛିବା ଜଣାପଡ଼ିଛି । ବିମାନଟି ସକାଳ ୯.୫୫ରେ ଯାତ୍ରା ଆରମ୍ଭ କରିଥିଲା । ନିଖୋଜଙ୍କ ମଧ୍ୟରେ ଅଛନ୍ତି ୪ଜଣ ଭାରତୀୟ, ୩ ଜଣ ଜାପାନୀ ଏବଂ ନେପାଳ ନାଗରିକ। ଡବଲ୍ ଇଞ୍ଜିନ୍ ବିମାନରେ କ୍ରୁ ସଦସ୍ୟଙ୍କ ସମେତ ମୋଟ ୨୨ ଜଣ ଯାତ୍ରୀ ଯାତ୍ରା କରୁଛନ୍ତି । ଗୃହ ମନ୍ତ୍ରଣାଳୟର ମୁଖପାତ୍ର ଫଣିନ୍ଦ୍ର ମଣି ପୋଖରେଲ କହିଛନ୍ତି ଯେ ନିଖୋଜ ବିମାନର ଅନୁସନ୍ଧାନରେ ମନ୍ତ୍ରାଳୟ ଏବଂ ପୋଖରାର ଦୁଇଟି ଘରୋଇ ହେଲିକପ୍ଟର ନିୟୋଜିତ ଅଛନ୍ତି । ନେପାଳ ସାମରିକ ବହିନୀର ଗୋଟିଏ ହେଲିକପ୍ଟର ବି ଅନୁସନ୍ଧାନରେ ନିୟୋଜନ କରାଯାଉଛି । ସୂଚନା ଅନୁଯାୟୀ ବିମାନଟି ମୁସ୍ତାଙ୍ଗ ଜିଲ୍ଲାର ଜୋମସୋମ ଆକାଶରେ ନଜର ଆସିଥିଲା ଏବଂ କ୍ଷଣିକ ମଧ୍ୟରେ ଧୌଲାଗିରି ପର୍ବତ ଆଡକୁ ମୁହାଁଇଥିବା ମାତ୍ରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com