ଅନ୍ତର୍ଜାତୀୟଜାତୀୟରାଜନୀତି
ଶ୍ରୀଲଙ୍କା ସଙ୍କଟ ମଧ୍ୟରେ ହଠାତ୍ ବଢିଗଲା ସାଇକେଲର ଚାହିଦା, ଲୋକେ କହିଲେ କାରଣ
ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଜାରି ରହିଛି ସରକାର ବିରୋଧୀ ପ୍ରଦର୍ଶନ । ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସସ୍ଥାନ ଦଖଲ କରିଛନ୍ତି । ଦେଶରେ ଉତ୍ତେଜନା ମଧ୍ୟରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମଧ୍ୟ ଅଭାବ ଦେଖାଦେଇଛି । ଗାଡିରେ ତେଲ ପାଇବା ପାଇଁ ଲୋକଙ୍କୁ ଦିନ ଦିନ ଅପେକ୍ଷା କରିବାକୁ ପଡୁଛି ।
ଏହି ସମୟ ମଧ୍ୟରେ ସାରା ଦେଶରେ ସାଇକେଲର ଚାହିଦା ବଢିବାରେ ଲାଗିଛି । ଲୋକମାନେ ସେଥିପାଇଁ ବହୁ ମାତ୍ରାରେ ସାଇକେଲ କିଣୁଛନ୍ତି । ବାସ୍ତବରେ, ଶ୍ରୀଲଙ୍କାରେ ଇନ୍ଧନ ଅଭାବରୁ ଅଧିକାଂଶ ଲୋକ ଚାରି ଚକିଆ ଯାନ ଛାଡି ସାଇକେଲ ମୁହାଁ ହେଉଛନ୍ତି । ଗଣମାଧ୍ୟମରେ କିଛି ଚିତ୍ର ଭାଇରାଲ ହେଉଛି ଯେଉଁଥିରେ ସାଇକେଲ କିଣିବା ସମୟରେ ଗ୍ରାହକଙ୍କ ଭିଡ ଲାଗିଛି ।
କିଛି ଗ୍ରାହକ କହିଛନ୍ତି ଯେ ପେଟ୍ରୋଲ ପାଇଁ ଧାଡିରେ ଠିଆହେବା ପରେ ପେଟ୍ରୋଲ କିମ୍ବା ଡିଜେଲ ସହଜରେ ଉପଲବ୍ଧ ହେଉନି । ସେଥିପାଇଁ ଲୋକମାନେ ସାଇକେଲ ଏବଂ ସାଧାରଣ ପରିବହନ ଆଡକୁ ମୁହାଁଇଛନ୍ତି । ଏଥିସହ, ଅନେକ ଦିନ ଧରି ଶ୍ରୀଲଙ୍କାରେ କୌଣସି ତୈଳ ସିପମେଣ୍ଟ ଆସିନି । ପରବର୍ତ୍ତୀ ପରିବହନ କେବେ ଆସିବ ସେନେଇ ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି ।
#SriLankaEconomicCrisis: Bicycle demand in Sri Lanka hikes amid fuel shortage in the country
We can’t afford petrol or the time it takes in queues – staying in queues doesn’t assure petrol either. Many people have switched to cycles & public transport, said a customer in Colombo pic.twitter.com/Q9tJVwG2GW
— ANI (@ANI) July 12, 2022