କ୍ରୀଡ଼ା

ଟେଷ୍ଟ ଚାମ୍ପିୟନସିପ ପାଇଁ ୧୫ ଜଣିଆ ଟିମ୍

କଟିଲେ ସୂର୍ଯ୍ୟ କୁମାର, ଦଳକୁ କମ ବ୍ୟାକ୍ କଲେ ଅଜିଙ୍କ୍ୟ ରାହାଣେ ଓ ଉନାଦକତ

ଭୁବନେଶ୍ୱର, ୨୫/୦୪/୨୦୨୩ –    ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରିଛି BCCI । ତେବେ ବର୍ତ୍ତମାନ IPLରେ ଚମକୁଥିବା ଅଭିଜ୍ଞ ଖେଳାଳି ଅଜିଙ୍କ୍ୟ ରାହାଣେ ଦଳକୁ ଫେରିଛନ୍ତି । ଗତ ମାସରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଦଳରେ ସାମିଲ ଖେଳିଥିବା ସୂର୍ଯ୍ୟ କୁମାର ଯାଦବଙ୍କୁ ଖରାପ ଫର୍ମ ଯୋଗୁଁ ଦଳରୁ ବାଦ୍ ପଡିଛନ୍ତି ।

 

ସେପଟେ ଅଷ୍ଟ୍ରେଲିଆ ବିପକ୍ଷରେ ଖରାପ ପ୍ରଦର୍ଶନ ସତ୍ତ୍ୱେ କେଏଲ ରାହୁଲ ନିଜ ସ୍ଥାନ ସଂରକ୍ଷଣ କରିବାରେ ସଫଳ ହୋଇଛନ୍ତି । ଚୟନକର୍ତ୍ତାମାନେ କେବଳ ୱିକେଟ୍ କିପିଂ ପାଇଁ କେ.ଏସ୍ ଭରତଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ଅନ୍ୟପଟେ ବୋଲିଂ ବିଭାଗରେ ତିନି ଜଣ ସ୍ପିନରଙ୍କୁ ସ୍ଥାନ ଦେଇଛି ଟିମ୍ ଇଣ୍ଡିଆ । ଇଂଲଣ୍ଡର ଅବସ୍ଥାକୁ ଦେଖିଲେ କେବଳ ଦୁଇଟି ସ୍ପିନର ଚୂଡାନ୍ତ ଏକାଦଶରେ ଖେଳିବାର ବେଶୀ ସମ୍ଭାବନା ରହିଛି । ଯଦି ଏପରି ହୁଏ ତେବେ ଅକ୍ଷର ପଟେଲଙ୍କୁ ବାହାରେ ବସିବାକୁ ପଡିପାରେ ।

ସେହିପରି ଫାଷ୍ଟ ବୋଲିଂରେ ଶାମି ଏବଂ ସିରାଜ ଫ୍ରଣ୍ଟ ଲାଇନ୍ ବୋଲର ହେବା ନିଶ୍ଚିତ । ଏମାନଙ୍କ ବ୍ୟତୀତ ଜୟଦେବ ଉନାଦକତ, ଶାର୍ଦ୍ଦୁଲ ଏବଂ ଉମେଶ ଯାଦବଙ୍କ ମଧ୍ୟରୁ କେବଳ ଜଣେ ପ୍ଲେ ୧୧ରେ ସ୍ଥାନ ପାଇବେ । ଆସନ୍ତା ଜୁନ ୭ ରୁ ୧୧ ତାରିଖ ଯାଏ ରୋହିତ ଶର୍ମାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ବିପକ୍ଷରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଖେଳିବ ଭାରତ ।

ତେବେ ଟେଷ୍ଟ ଚାମ୍ପିଅନସିପ୍ ଖେଳିବାକୁ ଥିବା ଖେଳାଳିମାନେ ହେଉଛନ୍ତି – ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ , ଲୋକେଶ ରାହୁଲ, କେ.ଏସ ଭରତ ( ୱିକେଟ ରକ୍ଷକ ), ରବିଚନ୍ଦ୍ରନ ଅଶ୍ୱିନୀ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ସାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକତ

Related Articles

Back to top button
WP Twitter Auto Publish Powered By : XYZScripts.com