ଓଡ଼ିଶା

ସରକାର ଦେଲେ ଟାଟା ହାତରେ ଆଉ ଏକ କମ୍ପାନୀ

ନୂଆଦିଲ୍ଲୀ, ୨୬/୦୬/୨୨- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ବିଭିନ୍ନ ସରକାରୀ ଉଦ୍ୟୋଗର ଘରୋଇକରଣ ଉପରେ ଏବେ ଜୋର ଦେଉଛନ୍ତି । ଏହା ଭିତରେ ଆଉ ଏକ ଉଦ୍ୟୋଗକୁ ଘରୋଇ କମ୍ପାନୀ ହାତକୁ ଟେକି ଦେଇଛନ୍ତି ସରକାର । ଟାଟା ଗ୍ରୁପ୍ ଫାର୍ମକୁ ଓଡିଶା ସ୍ଥିତ ନୀଳାଚଳ ଇସ୍ପାତ ନିଗମ୍ ଲିମିଟେଡ୍ (NINL)ର ହସ୍ତାନ୍ତର ଜୁଲାଇ ମଧ୍ୟଭାଗରେ ଶେଷ ହେବାର ସମ୍ଭାବନା ରହିଛି ବୋଲି ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଟାଟା ଷ୍ଟିଲର ଏକ ୟୁନିଟ୍ ଟାଟା ଷ୍ଟିଲ୍ ଲଙ୍ଗ୍ ପ୍ରଡକ୍ଟସ୍ (TSLP) ଚଳିତ ବର୍ଷ ଜାନୁଆରୀରେ ୧୨,୧୦୦ କୋଟି ଟଙ୍କା ମୂଲ୍ୟରେ (NINL) ରେ ୯୩.୭୧ ପ୍ରତିଶତ ଅଂଶଧନ ହାସଲ କରିବାକୁ ଏକ ଟେଣ୍ଡର ଜିତିଥିଲା। ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ, ନାଲୱା ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଏବଂ ଜେଏସଡବ୍ଲୁ ଷ୍ଟିଲ ଲିମିଟେଡକୁ ପଛରେ ପକାଇ ଟାଟା ଏହି ସଫଳତା ହାସଲ କରିଥିଲା । ଏହି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଂଚିଛି । ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ର ୧.୧ ମିଲିୟନ ଟନ କ୍ଷମତା ବିଶିଷ୍ଟ ଓଡ଼ିଶାର କଲିଙ୍ଗନଗରରେ ଏକ ଇଣ୍ଟିଗ୍ରେଟେଡ୍ ଷ୍ଟିଲ ପ୍ଲାଣ୍ଟ ରହିଛି । ଏହି ସରକାରୀ କମ୍ପାନୀ ବହୁ କ୍ଷତିରେ ଚାଲିବା ପରେ ୨୦୨୦ ମାର୍ଚ୍ଚ ୩୦ ଠାରୁ ବନ୍ଦ ରହିଛି । ୨୦୨୧ ମାର୍ଚ୍ଚ ୩୧,ସୁଦ୍ଧା କମ୍ପାନୀର ୬,୬୦୦ କୋଟି ଟଙ୍କାର ଋଣ ରହିଛି । ଯେଉଁଥିରେ ବ୍ୟାଙ୍କର ୧,୭୪୧ କୋଟି ଟଙ୍କା, ପ୍ରମୋଟରଙ୍କ ୪,୧୧୬ କୋଟି, ଏବଂ କର୍ମଚାରୀଙ୍କ ଦରମା ମଧ୍ୟ ସାମିଲ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com