ଅନ୍ୟାନ୍ୟ

ବିବାହର ପ୍ରଲୋଭନ ଦେଖାଇ ନାବାଳିକା ସହ ଧୋକା

ବ୍ରହ୍ମପୁର, ୨୩/୦୮/୨୦୨୨-    ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନ ଏକ ଗ୍ରାମର ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ପରେ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ସ୍ଥାପନ ପରେ ତାଙ୍କୁ ଧୋକା ଦିଆଯାଇଥିବା ଅଭିଯୋଗ ହୋଇଛି । ଯାହାଫଳରେ ନାବାଳିକାଙ୍କ ପରିବାର ଆଜି ଦିଗପହଣ୍ଡି ଥାନାର ଦ୍ୱାରସ୍ଥ ହୋଇ ଅଭିଯୁକ୍ତ ରାମ ଦାସ ବିରୋଧରେ ଏତଲା ଦେଇଛନ୍ତି । ନାବାଳିକାଙ୍କ ସହ ଅଭିଯୁକ୍ତ ରାମଙ୍କ ସହ କିଛି ଦିନ ହେଲା ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ବେଳେ ଏହାର ସୁଯୋଗ ନେଇ ରାମ ନାବାଳିକା ଜଣକୁ ବିବାହର ପ୍ରଲୋଭନ ଦେଖାଇ ଯୈାନ ଶୋଷଣ କରିଥିଲା । ଏହାପରେ ନାବାଳିକା ଜଣକ ଗର୍ଭବତୀ ହେବା ପରେ ଅଭିଯୁକ୍ତ ରାମ ଦାସ ତାଙ୍କୁ ବିବାହ କରିବାକୁ ରୋକ୍ ଠୋକ୍ ମନା କରିଦେବା ସହ ଧରାଛୁଆଁ ଦେଇନଥିଲେ । ନିରୁପାୟ ହୋଇ ନାବାଳିକା ଜଣକ ପରିବାର ଲୋକଙ୍କୁ ସମସ୍ତ କଥା ଜଣାଇବା ପରେ ପରିବାର ଲୋକେ ପୁଅ ଘର ଲୋକଙ୍କୁ ବିବାହ ପାଇଁ ନେହୁରା ହୋଇଥିଲେ । ହେଲେ ଏଥିରେ ପୁଅ କି ତାଙ୍କ ପରିବାର ଲୋକେ ସହମତ ହୋଇନଥିଲେ । ବାଧ୍ୟ ହୋଇ ନାବାଳିକା ଜଣକ ପରିବାର ଲୋକଙ୍କ ସହ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେବା ପରେ ପୋଲିସ ଥାନା ମାମଲା ନଂ.୩୦୦/୨୨ ଦଫା – ୩୭୬(୨)(ଏନ୍), ୩୭୬(୩ ) ,୫୦୬ ଆଇ.ପି.ସି ସମେତ ଶିଶୁ ଯୌନ ନିର୍ଯ୍ୟାତନା ନିରୋଧ ଆଇନ ପୋକ୍ସର ଧାରା ୬ ଅନୁଯାୟୀ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି । ଅଭିଯୁକ୍ତ ଏବଂ ପୀଡ଼ିତାଙ୍କୁ ସୋମବାର ବ୍ରହ୍ମପୁର ବଡ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯାଇଛି । ମଙ୍ଗଳବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com