ଓଡ଼ିଶା

ଦକ୍ଷିଣ ଆନ୍ଧ୍ର-ଉପକୂଳ ଓ ରୟାଲସୀମାରେ ପ୍ରବଳ ବର୍ଷା ପୂର୍ବାନୁମାନ: ପାଣିପାଗ ବିଜ୍ଞାନ କେନ୍ଦ୍ର

ଅମରାବତି:  ଦକ୍ଷିଣ ଆନ୍ଧ୍ର ଉପକୂଳ ଓ ରୟାଲସୀମାର କିଛି ସ୍ଥାନରେ ଆସନ୍ତା 48 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ପ୍ରକାଶିତ ବୁଲେଟିନ କରଯାଇଛି ଏହି ପୂର୍ବାନୁମାନ। 

ପାଣିପାଗ ବିଜ୍ଞାନ କେନ୍ଦ୍ରର ଏହି ବୁଲେଟିନ୍ ପ୍ରାକ୍ ସୂଚନା ଅନୁଯାୟୀ ଦକ୍ଷିଣ ଆନ୍ଧ୍ର ଉପକୂଳ ଓ ରୟାଲସୀମାର କେତେକ ସ୍ଥାନରେ ଆସନ୍ତା ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାସହ ଆସନ୍ତା ରବିବାର ଓ ସୋମବାର ତ୍ତତ୍ତର ଆନ୍ଧ୍ର ଉପକୂଳ ଓ ୟନମରେ ଘଡ଼ଘଡ଼ି ସହ ବର୍ଷାର ପୂର୍ବାନୁମାନ ରହିଛି ।  ଏପଟେ ଦକ୍ଷିଣ ଆନ୍ଧ୍ର ଉପକୂଳ ଓ ରୟାଲସୀମାର କିଛି ସ୍ଥାନରେ ଆସନ୍ତା
ଦିନ ମଧ୍ୟ ପ୍ରବଳ ବର୍ଷା ଆକଳନ କରାଯାଇଛି । ଏହି ଚାରି ଦିନ ମଧ୍ୟରେ ଦକ୍ଷିଣ ଆନ୍ଧ୍ର ଉପକୂଳ, ରୟାଲସୀମା ଓ ଉତ୍ତର ଉପକୂଳିଆ ଅଞ୍ଚଳର ଗୋଟିଏରୁ
ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ବର୍ଷା ସହ ଘଡ଼ଘଡ଼ି ଆଶଙ୍କା କରାଯାଇଛି । 

ଆସନ୍ତା 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ମୌସୁମୀ ଦୁର୍ବଳ ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ବୁଲେଟିନ୍ ସୂତ୍ରରୁ ଜଣାପଡ଼ିଛି । ହେଲେ ଆଗାମୀ 4 ଦିନ ମଧ୍ୟରେ ଆନ୍ଧ୍ର ଉପକୂଳର ରୟାଲସୀମା ଓ ପୁଡ଼ୁଚେରିରେ ପାଗ ଶୁଖିଲା ରହିବ । 

Related Articles

Back to top button
WP Twitter Auto Publish Powered By : XYZScripts.com