ସ୍ୱାସ୍ଥ୍ୟ

ଦେଶରେ ବଢ଼ୁଛି ପଜିଟିଭି ସଂଖ୍ୟା

ନୂଆଦିଲ୍ଲୀ() ଦେଶରେ ମହାମାରୀ କରୋନାର ତୃତୀୟ ଲହର ଥମିବାର ନାଁ ଧରୁନି। କ୍ରମାଗତ ଭାବେ ଭାରତରେ ଟେଷ୍ଟ ପଜିଟିଭିଟି ରେଟ ବୃଦ୍ଧି ପାଉଛି। ବର୍ତ୍ତମାନ ଟିପିଆର ୧୬%ରୁ ଅଧିକ ହୋଇ ଯାଇଥିବା ବେଳେ ୨୪ ଘଣ୍ଟାରେ ଆଉ ୨,୬୮,୮୩୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ଶୁକ୍ରବାର ତୁଳନାରେ ଆଜି ଅଧିକ ୪,୬୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ୧୪ ଲକ୍ଷ ପାର କରିଛି।

ଶୁକ୍ରବାର ଦେଶରେ ୨ ଲକ୍ଷ ୬୪ ହଜାର ୨୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ହେଲେ ଆଜି ଏହା ୨.୬୮ ଲକ୍ଷ ପାର କରିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୬୮,୫୦, ୯୬୨ରେ ପହଞ୍ଚିଛି। ଦୈନିକ ପଜିଟିଭିଟି ରେଟ ଶୁକ୍ରବାର ୧୪.୭୮ ପ୍ରତିଶତ ଥିଲା। ଆଜି ଏହା ୧୬.୬୬% ରହିଛି। ସପ୍ତାହିକ ପଜିଟିଭିଟି ରାଟ ୧୨.୮୪%। ୨୪ ଘଣ୍ଟା ଭିତରେ ମାତ୍ର ୧୬,୧୩,୭୪୦ ନମୁନା ପରୀକ୍ଷା କରାଯାଇ ପାରିଛି। ଟେଷ୍ଟିଂ କମିଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି। ଏହି କାରଣରୁ ପଜିଟିଭିଟି ରେଟ୍‌ ବଢ଼ିଛି।

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୦୪୧ ରହିଛି। ଶୁକ୍ରବାର ଏହା ୫,୭୫୩ ରହିଥିଲା। ଏହାର ଅର୍ଥ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫.୦୧ ବଢ଼ିଛି। ଦେଶରେ ମୋଟ ଆକ୍ଟିଭ କେସ୍ ୧୪,୧୭,୮୨୦ ଥିବା ବେଳେ ସୁସ୍ଥ ହେଲେଣି ୩,୪୯,୪୭,୩୦୯। ୨୪ ଘଣ୍ଟାରେ ୧,୨୨,୬୮୪ ଜଣ କରୋନାକୁ ମାତ ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com