କ୍ରୀଡ଼ା

ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚରେ ଭାରତର ବଡ଼ ବିଜୟ : ଏହି ବିଜୟରେ ଅଧିନାୟକ ରହିତ ଶର୍ମା ଖୁସି ନାହାନ୍ତି

ଅହମଦାବାଦ: ରବିବାର ଭାରତୀୟ କ୍ରିକେଟ ପାଇଁ ଥିଲା ଐତିହାସିକ ଦିନ ପ୍ରଥମ ଦଳ ଭାବରେ ଭାରତ ଏକ ହଜାର ତମ ଦିନିକିଆ ମ୍ୟାଚ ଖେଳିଥିଲା ଏକ ହଜାର ତମ ମ୍ୟାଚରେ ଭାରତ ବଡ଼ ବିଜୟ ଲାଭ କରିଥିଲା ଭାରତଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ଓ୍ୱିକେଟରେ ବିଜୟ ଲାଭ କରିଥିଲା କିନ୍ତୁ ଏହି ବିଜୟରେ ଭାରତର ନୂଆ ଅଧିନାୟକ ରୋହିତ ଶର୍ମା ଖୁସି ନାହାନ୍ତି ମ୍ୟାଚ ଶେଷ ହେବା ପରେ ରୋହିତ ଶର୍ମା କହିଥିଲେ କି ଆମେ ଏହାଠାରୁ ଅଧିକ ଭଲ କରିପାରିଥାନ୍ତୁ ଏହା ସହ ଓ୍ୱେଷ୍ଟ ଇଣ୍ଡିଜ୍ ବ୍ୟାଟ୍ସମ୍ୟାନଙ୍କ ଉପରେ ଆମେ ଅଧିକ ଚାପ ପକାଇ ପାରିଥାନ୍ତୁ ବୋଲି କହିଛନ୍ତି ରୋହିତ ଶର୍ମା

ମ୍ୟାଚ ଶେଷ ହେବା ପରେ ଅଧିନାୟକ ରୋହିତ ଶର୍ମା କହିଥିଲେ କି ମୁଁ ପରଫେକ୍ଟ ଗେମ୍ ଉପରେ ବିଶ୍ୱାସ କରେ ନାହିଁ ସର୍ବଦା ଜଣେ ପରଫେକ୍ଟ ହୋଇପାରିବେ ନାହିଁ ଆମେ ରନର ପିଛା କରୁଥିବାବେଳେ ଆହୁରି ଭଲ କରିପାରିଥାନ୍ତୁ ଏବଂ ଏତେ ଓ୍ୱିକେଟ ହରାଇବା ଉଚିତ୍ ନଥିଲା ବୋଲି କହିଛନ୍ତି ରୋହିତ ଶର୍ମା ରୋହିତ ଶର୍ମା ଆହୁରି କହିଛନ୍ତି କି ଓ୍ୱେଷ୍ଟ ଇଣ୍ଡିଜ ବ୍ୟାଟ୍ସମ୍ୟାନଙ୍କ ଉପରେ ବୋଲରମାନେ ଆହୁରି ଅଧିକ ଚାପ ପକାଇ ପାରିଥାନ୍ତେ ଯାହା ଫଳରେ ଇଣ୍ଡିଜ୍ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନ ଅଧିକ ରନ ସ୍କୋର କରିପାରିନଥାନ୍ତେ ସେମାନେ ଗୋଟିଏ ଟିମ୍ ଭାବେ ଭଲ ଖେଳିବାକୁ ଚାହାଁନ୍ତି ଆହୁରି ଭଲ କରିବା ପାଇଁ ଚେଷ୍ଟା ଜାରି ରହିବ ତେବେ ଦଳ ମଧ୍ୟରେ ବେଶୀ କିଛି ପରିବର୍ତ୍ତନ କରିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା

Related Articles

Back to top button