କ୍ରୀଡ଼ା

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୯

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୯ରେ ପହଂଚିଛି । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରୋତ୍ତୋଳନରେ ଭାରତକୁ ମିଳିଛ ସଫଳତା । ଚତୁର୍ଥ ଦିବସରେ ହରଜିନ୍ଦର କୌର ମହିଳାଙ୍କ ୭୧ କେଜି ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେହିପରି ଭାରୋତ୍ତୋଳନରେ ଭାରତ ୭ଟି ପଦକ ଜିତି ରେକର୍ଡ କରିଛି । ହରଜିନ୍ଦର ଫାଇନାଲରେ ମୋଟ ୨୧୨ କେଜି ଓଜନ ଉଠାଇଥିଲେ । ସେ ସ୍ନାଚରେ ୯୩ କେଜି ଏବଂ କ୍ଲିନ୍ ଆଣ୍ଡ ଜର୍କରେ ୧୧୯ କେଜି ଭାର ଉଠାଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଚତୁର୍ଥ ଦିବସରେ ଭାରତକୁ ଜୁଡୋରେ ଦୁଇଟି ପଦକ ମିଳିଛି । ଜୁଡୋରେ ସୁଶୀଲା ଦେବୀ ରୌପ୍ୟ ପଦକ ଜିତିଥିବା ବେଳେ ବିଜୟ କୁମାର ହାସଲ କରିଛନ୍ତି ବ୍ରୋଞ୍ଜ ପଦକ । ସେହିପରି ଜୁଡୋରେ ଆଉଏକ ପଦକ ଦେଇଛନ୍ତି ବିଜୟ କୁମାର ଯାଦବ । ବିଜୟ ୬୦ କେଜି ରିପିଚେଜ୍ ରାଉଣ୍ଡରେ ସ୍କଟଲାଣ୍ଡର ଡିନଲାନ୍ ମୁନରୋଙ୍କୁ ହରାଇ ବ୍ରୋଞ୍ଜ ପଦକ ମୁକାବିଲାରେ ସ୍ଥାନ ହାସଲ କରିଥିଲେ । ତେବେ ବ୍ରୋଞ୍ଜ ମ୍ୟାଚରେ ଯାଦବ ୧୦-୦ ପଏଂଟରେ ସାଇପ୍ରସର ପେଟ୍ରୋସଙ୍କୁ ପରାସ୍ତ କରିଥିଲେ । ଯାଦବଙ୍କୁ କ୍ୱାର୍ଟର୍ ଫାଇନାଲରେ ଅଷ୍ଟ୍ରେଲିଆର ଜୋଶୁଆ କାଜ ହରାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com