Breaking NewsFeaturedକ୍ରୀଡ଼ା

ଭାରତୀୟ ଟିମର ଲଗାତାର ବିଜୟ ପଛରେ କଣ ରହିଛି ଡ୍ରେସିଂ ରୁମର ଭୂମିକା ।

ବିଶ୍ୱକପ କ୍ରିକେଟରେ ଆଜି ହାଇଭୋଲଟେଜ ମ୍ୟାଚ । ଦୀର୍ଘ ୧୨ବର୍ଷ ପରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା । କ୍ରମାଗତ ୬ଟି ମ୍ୟାଚରେ ଅପରାଜେୟ ଥିବା ଭାରତ ଏହାକୁ ଜିତି ସେମିଫାଇନାଲରେ ପ୍ରବେଶ ନିଶ୍ଚିିତ କରିବ । ତେବେ ଶେଷଥର ୨୦୧୧ ବିଶ୍ୱକପ ଫାଇନାଲରେ ପରସ୍ପରକୁ ଭେଟିଥିଲେ ଭାରତ ଓ ଶ୍ରୀଲଙ୍କା । ସେତେବେଳେ ଭାରତ ହାତରୁ ମ୍ୟାଚ ଖସି ଯାଉଥିବା ବେଳେ ଗୌତମ ଗମ୍ଭୀର ଓ ମହେନ୍ଦ୍ର ସିଂ ଧୋନୀଙ୍କ ଅବଦାନ ହିଁ ଭାରତକୁ ବିଶ୍ୱ ବିଜେତା କରାଇଥିଲା । ଆଉ ଆଜି ପୁଣି ଥରେ ମୁମ୍ବାଇର ସେହି ଷ୍ଟାଡିୟମରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଉଭୟ ଦଳ । ଏହାରି ଭିତରେ କ୍ରମାଗତ ବିଜୟ ହାସଲ କରି ଚାଲିଛି ଭାରତୀୟ ଦଳ । କିନ୍ତୁ ଆପଣ ଜାଣିଛନ୍ତି କି ବିଜୟ ପଛର କାରଣ କଣ ରହିଛି । କାହିଁ ଜିତି ଚାଲିଛି ଭାରତୀୟ ଦଳ । କୁହାଯାଉଛି କି ଏହା ପଛରେ ରହିଛି ଡ୍ରେସିଂ ରୁମର ଭୂମିକା । ଭାରତୀୟ ଟିମର ଏହି ଡ୍ରେସିଂ ରୁମରେ କରାଯାଏ ସବୁ ରଣନୀତି । ଯେଉଁଠାରେ ଫିଡବ୍ୟାକ ଦିଆଯାଏ,ଷ୍ଟ୍ରାଟେଜୀ ନେଇ ଆଲୋଚନା କରାଯାଏ, ଭଲ ଖେଳାଳୀଙ୍କୁ ପଦକ ଦିଆଯାଏ ଇତ୍ୟାଦି । ତେବେ କଣ ଏହି ଡ୍ରେସିଂ ରୁମ , କଣ ତାର ଭୂମିକା ଆସନ୍ତୁ ନଜର ପକାଇବା ।

ଗତ କିଛିମାସ ମଧ୍ୟରେ ଭାରତୀୟ କ୍ରିକେଟ ଦଳର ଡ୍ରେସିଂ ରୁମରେ ହୋଇଛି ଅନେକ ପରିବର୍ତନ । ସେପ୍ଟେମ୍ବର ମାସରେ ଶ୍ରୀଲଙ୍କାରେ ଖେଲାଯାଇଥିବା ଏସିଆ କପ୍ ରେ ଭାରତୀୟ ଦଳର ଡ୍ରେସିଂ ରୁମରେ ଏକ କାର୍ଯ୍ୟକ୍ରମ ବା ଧାରା ଆରମ୍ଭ ହୋଇଥିଲା । ଯାହା ବର୍ତମାନ ଚାଲିଛି । ମ୍ୟାଚ ପରେ ଖେଳାଳିଙ୍କ ଭଲ କିମ୍ବା ଖରାପ ଫିଲ୍ଡିଂ ଉପରେ ମତାମତ ଦେବା , ସେମାନଙ୍କୁ ଏକ ଭାଷଣ ଦେବା ଏବଂ ପରେ ସେମାନଙ୍କୁ ଏକ ପଦକ ଦେବା ଏକ ଚିରାଚରିତ ଧାରାରେ ଚାଲି ଆସିଛି । ଆଉ ହୋକୁ ସଫଳ କରିବା ପାଇଁ ଟି ଦିଲୀପଙ୍କୁ ବାଛିଛନ୍ତି କୋଚ ରାହୁଲ ଦ୍ରାବିଡ । ଦିଲୀପ ଭାରତୀୟ ଦଳର ଫିଲ୍ଡିଂ କୋଚ ଏବଂ ସମସ୍ତ ଖେଳାଳୀଙ୍କୁ ଡ୍ରେସିଂ ରୁମରେ ଏକାଠି କରି ନିର୍ଦ୍ଧିଷ୍ଟ ପ୍ରସଙ୍ଗରେ ମତାମତ ଏବଂ ପ୍ରଶଂସା ପ୍ରଦାନ କରନ୍ତି । ଉଦାହରଣ ସ୍ୱରୂପ, ଧର୍ମଶାଳାରେ ନୁ୍ୟଜଲ୍ୟାଣ୍ଡ ବିପକ୍ଷରେ ବିଜୟ ପରେ ଡ୍ରେସିଂ ରୁମରେ ଆଲୋଚନା ହୋଇଥିଲା । ଏହି ସମୟରେ ଦିଲୀପ ଖେଳାଳୀମାନଙ୍କୁ କହିଥିଲେ କି ତୁମେମାନେ ୧୪ରନକୁ ନିଜର ଦକ୍ଷ ଫିଲ୍ଡିଂ ବଳରେ ରୋକି ଦେଇଛ । ଏମିତି ଖେଳକୁ ଅନେକ କିଛି ଆଲୋଚନା କରାଯାଏ ବୋଲି ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com