ଅନ୍ୟାନ୍ୟ

ଚିଲିକାରେ ବୁଡ଼ିଲା ଡଙ୍ଗା ସହ ଗାଡ଼ି

ଚିଲିକା, ୧୯/୧୨/୨୦୨୨-   ଚିଲିକାରେ ବୁଡ଼ିଲା ପିକ ଅପ୍ ଭ୍ୟାନ୍ । ସୋମବାର ଏକ ଗ୍ୟାସ୍ ସିଲିଣ୍ଡର ବୋଝେଇ ପିକ ଅପ୍ ଭ୍ୟାନ୍ ଗାଡ଼ିରୁ ସିଲିଣ୍ଡର ଗୁଡ଼ିକୁ ଡ଼ଙ୍ଗାକୁ ଲୋଡ କରୁଥିବା ବେଳେ  କୌଣସି କାରଣ ବଶତଃ ଗାଡ଼ିପଛୁଆ ଗଡିଯାଇ ଡ଼ଙ୍ଗାରେ ପିଟି ହୋଇଥିଲା । ଫଳରେ ଭାରସ୍ୟମ ହରାଇ ଉଭୟ ଗାଡ଼ି ଓ ଡ଼ଙ୍ଗା ବୁଡ଼ି ଯାଇଥିଲା । ପିକ ଅପ୍ ଭ୍ୟାନରେ ମୋଟ ୭୨ ଟି ସିଲିଣ୍ଡର ରହିଥିଲା ବୋଲି ଜଣାପଡିଛି । ଡ଼ଙ୍ଗା ଓ ଗାଡ଼ି ସହ ସିଲିଣ୍ଡରକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି । ଗ୍ୟାସ ସିଲିଣ୍ଡର ଗୁଡିକ କୃଷ୍ଣପ୍ରସାଦର ଜହ୍ନିକୁଦାରୁ ମହିସା ବ୍ରହ୍ମପୁରକୁ ଯାଉଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com