ମନୋରଞ୍ଜନ

ପୁଣି ପରଦାକୁ ଫେରିବେ ସଲମାନ- କ୍ୟାଟ୍ରିନାଙ୍କ ଯୋଡି, ‘ଟାଇଗର-୩’ରେ ଆକ୍ସନ୍ ସହ କରିବେ ରେମାନ୍ସ

ମୁମ୍ବାଇ() କ୍ୟାଟ୍ରିନା କୈଫଙ୍କ ଓ ବିକ୍କି କୌଶଲଙ୍କ ସାତ ଫେରା ସରିଛି । ତେବେ ବିବାହ ପରେ ଏବେ ପୁଣି ଥରେ ବଲିଉଡ ଭାଇଜାନ୍‌ ସଲମାନ ଖାନ୍‌ଙ୍କ ଆଡକୁ ମୁହାଁଇଛନ୍ତି କ୍ୟାଟ୍ରିନା । ଖୁବ୍‌ଶୀଘ୍ର ପୁଣି ଏକାଠି ହେବେ ସଲମାନ ଓ କ୍ୟାଟ୍ରିନା । ତେବେ ପ୍ରକୃତ ଜୀବନରେ ନୁହେଁ । ଅପ୍‌କମିଂ ଫିଲ୍ମ ‘ଟାଇଗର-୩’ର ସୁଟିଂ ପାଇଁ ଏ ଦୁହେଁ ଏକାଠି ହେବେ ।

ମୁମ୍ବାଇ ସ୍ଥିତ ୟଶ ରାଜ ଫିଲ୍ମ ଷ୍ଟୁଡିଓରେ ଶନିବାର ଏହି ଫିଲ୍ମର ଶୁଟିଂ ପୁଣି ଆରମ୍ଭ ହେବ । କେବଳ ସେତିକି ନୁହେଁ ଆସନ୍ତା ୧୪ ତାରିଖରୁ କିଛି ଦିନ ପାଇଁ ନୂଆଦିଲ୍ଲୀରେ ଉଭୟ ଡେରା ପକାଇବେ । ବଡ ଆଉଟଡୋର ସୁଟିଂ ପାଇଁ ଦିଲ୍ଲୀ ଯିବେ ସଲମାନ-କ୍ୟାଟ୍‌ । ଏହି ସେଡ୍ୟୁଲ ପରେ ଫିଲ୍ମ ଟାଇଗର-୩ର ସୁଟିଂ ପୂରା ହେବ ।

ସୂତ୍ରରୁ ମିଳିଥିବା ସୂଚନାନୁସାରେ ଅନ୍‌ସ୍କ୍ରିନ୍‌ର ହିଟ୍‌ ଯୋଡି ସଲମାନ-କ୍ୟାଟ୍ରିନା ଦିଲ୍ଲୀରେ ଫିଲ୍ମର ଏକ ସିନ୍‌ର ସୁଟିଂ କରିବେ । ତେବେ ସେ ଯାହା ହେଉ ନା କାହିଁକି ବିବାହ ପରେ କ୍ୟାଟ୍ରିନା ପ୍ରଥମ ଥର ପାଇଁ ସଲମାନଙ୍କୁ ଭେଟିବେ । ଦୁହେଁ ପୁଣି ଥରେ ଏକାଠି ହେବେ । ନିକଟରେ ସଲମାନ ଖାନ୍‌ ପ୍ରଥମ ଥର ପାଇଁ ସର୍ବ ସମ୍ମୁଖରେ କ୍ୟାଟ୍ରିନାଙ୍କ ବିବାହକୁ ନେଇ ମୁହଁ ଖୋଲିଥିଲେ । ବିଗ୍‌ବସ୍‌-୧୫ର ଗ୍ରାଣ୍ଡ ଫିନାଲେ ଶୋ’ରେ ସଲମାନ କ୍ୟାଟ୍ରିନା ଓ ବିକ୍କିଙ୍କ ବିଷୟରେ କହିଥିଲେ । ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କ ଏକ ପ୍ରଶ୍ନର ଉତ୍ତରରେ ସଲମାନ କ୍ୟାଟ୍ରିନାଙ୍କ ବିବାହକୁ ନେଇ ଖୁସି ଥିବା ଜାହିର କରିଥିଲେ । ଭାରି ମନରେ ବିକ୍କି ଓ କ୍ୟାଟ୍‌ ଖୁସିରେ ଅଛନ୍ତି ବୋଲି ସେ କହିଥିଲେ । ଏହା ଶୁଣି ଶେହନାଜ ଆପଣ ସିଙ୍ଗିଲ ହିଁ ଭଲ ଅଛନ୍ତି ବୋଲି ସଲମାନଙ୍କୁ କହିଥିଲେ । କିନ୍ତୁ ସଲମାନ ସିଙ୍ଗିଲ ନଥିବା ନେଇ ଇସାରା ଦେଇଥିଲେ । ତେବେ ସଲମାନ ଯଦି ସିଙ୍ଗିଲ ନାହାନ୍ତି ତେବେ କାହା ସହ ଲିଙ୍କ-ଅପ୍‌ରେ ଅଛନ୍ତି, କାହାକୁ ସେ ଡେଟ୍‌ କରୁଛନ୍ତି । ସେ ନେଇ ଏବେ ଫ୍ୟାନ୍‌ମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com