କ୍ରୀଡ଼ା

ବିସିସିଆଇ ସଭାପତି ସୁଚନା ଦେଲେ – ବେଙ୍ଗାଲୁର ଠାରେ ଭାରତ ଏବଂ ଶ୍ରୀଲଙ୍କା ପିଙ୍କ୍ ବଲ୍ ଟେଷ୍ଟ୍ ଖେଳାଯିବ

ନୂଆଦିଲ୍ଲୀ : ବେଙ୍ଗାଲୁରୁରେ ଖେଳାଯିବ ପିଙ୍କ୍ ବଲ୍ ଟେଷ୍ଟ୍ । ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସୀମିତ ଓଭର କ୍ରିକେଟ୍‌ ସିରିଜ ଶେଷ ହେବା ପରେ ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ ଆସି ୩ଟି ଟି-ଟ୍ୱେଣ୍ଟି ଓ ୨ଟି ଟେଷ୍ଟ ଖେଳିବ । ଟେଷ୍ଟ ସିରିଜର ଗୋଟିଏ ମ୍ୟାଚ୍‌ ବେଙ୍ଗାଲୁରୁ ଠାରେ ପିଙ୍କ୍‌ ବଲ୍‌ (ଦିବା-ରାତ୍ର)ରେ ଖେଳାଯିବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି । ପୂର୍ବ ସୂଚୀରେ ଏହି ସିରିଜ ଖେଳାଯିବ । କିନ୍ତୁ ଟେଷ୍ଟ ପରିବର୍ତ୍ତେ ପ୍ରଥମେ ଟି-ଟ୍ୱେଣ୍ଟି ସିରିଜ ଅନୁଷ୍ଠିତ ହେବ । ଭାରତ-ଶ୍ରୀଲଙ୍କା ସିରିଜ ଫେବ୍ରୁଆରୀ ୨୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୮ରେ ଶେଷ ହେବ ।

କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଅହମ୍ମଦାବାଦରେ ଖେଳାଯିବାକୁ ଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ମ୍ୟାଚ୍‌ ବିଶିଷ୍ଟ ଘରୋଇ ଦିନିକିଆ ସିରିଜ (ଫେବ୍ରୁଆରୀ ୬, ୯, ୧୧)କୁ ରୁଦ୍ଧ ଦ୍ୱାରରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ନେଇ ଗାଙ୍ଗୁଲି ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ସିରିଜର ପ୍ରଥମ ମ୍ୟାଚ୍‌ ଭାରତର ୧୦୦୦ତମ ଦିନିକିଆ ହେବ । କିନ୍ତୁ ଦର୍ଶକ ଷ୍ଟାଡିୟମରେ ବସି ଏହି ଐତିହାସିକ ମ୍ୟାଚ୍‌ର ମଜା ନେଇ ପାରିବେନି । ଏହା ଦୁଃର୍ଭାଗ୍ୟଜନକ । ପୂର୍ବରୁ ୫୦୦ତମ ଦିନିକିଆରେ ମୁଁ ଦଳର ଅଧିନାୟକ ରହିଥିଲି ।

Related Articles

Back to top button
WP Twitter Auto Publish Powered By : XYZScripts.com