ଜାତୀୟ

ଡୁଙ୍ଗରପୁରର ରାଜକୁମାରଙ୍କ ପ୍ରେମରେ ପଡ଼ିଥିଲେ ଲତା, ଏହି କାରଣରୁ ହୋଇପାରିଲାନି ବିବାହ

ନୂଆଦିଲ୍ଲୀ: ଲତା ଥିଲେ ଏକ ଆଦର୍ଶ, ଏକ ଉଦାହରଣ । ଯାହାଙ୍କ ଭଳି ହେବାକୁ ଆଗାମୀ ପିଢି ଜଣାନାହିଁ କେତେ ବର୍ଷ ଯାଏଁ ଚେଷ୍ଟା ଜାରି ରଖିବ । ତଥାପି ସେ ଛାଡ଼ିଥିବା ଶୂନ୍ୟସ୍ଥାନ କେବେ ବି ପୂରା ହୋଇ ପାରିବନି । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନିଜ ପ୍ରେମ ପାଇଁ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ବିବାହ କରିନଥିଲେ ।

ତେବେ ମଧ୍ୟପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ବଲିଉଡ଼ର ବୁଲବୁଲ ଲତା ମଙ୍ଗେସକର । ସେ ପୁରା ୩୬ ଟି ଭାରତୀୟ ଭାଷାରେ ଗୀତ ଗାଇଛନ୍ତି । ଭାରତ ରତ୍ନ, ପଦ୍ମ ଭୂଷଣ, ପଦ୍ମ ବିଭୂଷଣ ଏମିତିକି ଦାଦା ସାହେବ ଫାଲକେ ପୁରସ୍କାର ବି ସେ ପାଇଛନ୍ତି । ଆଉ ଏବେ ୯୨ ବର୍ଷ ବୟସରେ ଆଖି ବୁଜି ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି ସେ । ତେବେ ଜୀବନରେ ଏତେ ସଫଳତା ପାଇଥିଲେ ବି ଜୀବନରେ ସେ କେବେ ବି ବିବାହ କରିବାକୁ ଚାହିଁ ନଥିଲେ ।

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ଲତା ମଙ୍ଗେସକରଙ୍କ ବିବାହ ନକରିବା ପଛରେ ଦୁଇଟି ପ୍ରମୁଖ କାରଣ ରହିଥିଲା । ପ୍ରଥମତଃ ବାପାଙ୍କ ଦେହାନ୍ତ ପରେ ଖୁବ କମ୍ ବୟସରେ ହିଁ ଲତାଙ୍କୁ ଉପରେ ପରିବାରର ବୋଝ ପଡ଼ିଥିଲା । ଏମିତିକି ନିଜ କ୍ୟାରିୟରରୁ ଆରମ୍ଭ କରି ଭାଇ ଭଉଣୀ ସମସ୍ତଙ୍କ ଦେଖାରଖା କରୁ କରୁ ସେ କେବେ ବି ନିଜକୁ ସମୟ ଦେଇ ପାରି ନଥିଲେ ।

କିନ୍ତୁ ବର୍ଷ ପରେ ବର୍ଷ ବିତିବାରେ ଲାଗିଲା । ସମୟ ତାଙ୍କ ପାଇଁ ଥରେ ଅଟକିଲା । ଆଉ ଶେଷରେ ପ୍ରେମରେ ପଡ଼ିଥିଲେ ଲତା । କିନ୍ତୁ ପ୍ରେମର ପ୍ରାପ୍ତି ତାଙ୍କ ଭାଗ୍ୟରେ ନଥିଲା । ଡ଼ୁଙ୍ଗରପୁରର ରାଜକୁମାର ରାଜ ସିଂହଙ୍କ ପ୍ରେମରେ ପଡିଥିଲେ ଲତା । ତେବେ ଲତାଙ୍କ ଭାଇ ହୃଦୟ ନାଥ ମଙ୍ଗେସକର ଏବଂ ରାଜ ସିଂହ ଉଭୟ ଭଲ ବନ୍ଧୁ ଥିଲେ । ପ୍ରେମରେ ପଡ଼ିବା ପରେ ଲତା ଏବଂ ରାଜ ସିଂହ ବିବାହ ବନ୍ଧନରେ ବାନ୍ଧି ହେବାକୁ ବି ପ୍ରସ୍ତୁତ ଥିଲେ ।

ଅଥଚ ସମୟ ପୁଣି ଲତାଙ୍କୁ ସାଥ୍ ଦେଇ ନଥିଲା ଜନ୍ମରୁ ଅନେକ ଦୁଃଖ ଦେଖିଥିବା ଲତାଙ୍କ ସାଙ୍ଗେ ବିବାହ କରାଇବା ପାଇଁ ରାଜ ସିଂହଙ୍କ ବାପା ମହାରାୱଲ ଲକ୍ଷ୍ମଣ ସିଂ ମାନି ନଥିଲେ । ଗୋଟେ ସାଧାରଣ ଘରର ଝିଅକୁ ନିଜ ବୋହୁ କରିବେନି ବୋଲି ସେ ସିଧାସଳଖ ମନା କରି ଦେଇଥିଲେ । ମହାରାୱଲ ଲକ୍ଷ୍ମଣ ସିଂଙ୍କ ଏହି ଶେଷ କଥାରେ ସମ୍ପର୍କର ସୂତାଖିଅ ଛିଡ଼ି ଯାଇଥିଲା । ଏଥିରେ ରାଜ ସିଂହ କେବେ ବି କାହାକୁ ବି ଆଉ ବାହା ହେବେନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । ଠିକ ସେହିଭଳି ଲତା ମଧ୍ୟ କେବେ ବି ଜୀବନରେ କାହାକୁ ବିବାହ ନକରିବା ନିଷ୍ପତ୍ତି ନେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com