ଓଡ଼ିଶା

କେନ୍ଦ୍ର ସରକାର ଉଷୁନା ଚାଉଳ ନ ଉଠାଇବା ପ୍ରତିବାଦ : ଏଫସିଆଇ ଅଫିସ୍ ଆଗରେ ଧାରଣା ଦେବ ବିଜେଡି

ଭୁବନେଶ୍ବର() ମଙ୍ଗଳବାର ଏଫସିଆଇ (ଫୁଡ଼ କର୍ପୋରେସନ ଅଫ ଇଣ୍ଡିଆ) ଭୁବନେଶ୍ବର ଅଫିସ ଆଗରେ ଧାରଣା ଦେବ ବିଜେଡି । କେନ୍ଦ୍ର ସରକାର ଉଷୁନା ଚାଉଳ ନ ଉଠାଇବା ପ୍ରତିବାଦରେ ଧାରଣା ଦେବ। ସାମ୍ବାଦିକ ସମ୍ମିଳନୀରେ ଏନେଇ ମୁଖପାତ୍ର ସୁଲତା ଦେଓ ଏବଂ ଶ୍ରୀମୟୀ ମିଶ୍ର ସୂଚନା ଦେଇଛନ୍ତି ।  ଓଡ଼ିଶାର ୯୫ ପ୍ରତିଶତର ଉଷୁନା ଚାଉଳ ଉତ୍ପାଦନ ହୁଏ । ଉଷୁନା ଚାଉଳ କେନ୍ଦ୍ର ସରକାର ଏଫସିଆଇ ମାଧ୍ୟମରେ ଉଠେଇବା କଥା କିନ୍ତୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି । ପିଡିଏସ୍ ବଣ୍ଟନରେ ଓଡିଶା ତୃତୀୟ ସ୍ଥାନରେ ରହିଛି ସୋମବାର କେନ୍ଦ୍ର ସରକାର ଓଡ଼ିଶାର ଚାଷୀଙ୍କ ସହ ଖେଳିଛନ୍ତି ।

ଚାଷୀଙ୍କ ଇମୋସନ ସହ ଖେଳୁଛନ୍ତି କେନ୍ଦ୍ର ସରକାର । ୨୨ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ରାଜ୍ୟ ପାଖରେ ଗଚ୍ଛିତ ଅଛି । କେନ୍ଦ୍ର ସରକାର ଏହି ଚାଉଳ ନେବା କଥା । କିନ୍ତୁ ଏଫସିଆଇ ଏହାକୁ ଉଠାଉନାହାଁ । ଚାଷୀଙ୍କ ବଳକା ଉଷୁନା ଚାଉଳ ତୁରନ୍ତ କେନ୍ଦ୍ର ନେଉ ବୋଲି ଦାବି ହୋଇଛି । ଚାଷୀ ମାରଣ ନୀତିରୁ ଓହରି, ସଂଘୀୟ ବିଧି ବ୍ୟବସ୍ଥା ମଧ୍ୟରେ ଓଡ଼ିଶାର ଉଷୁନା ଧାନ ଉଠାନ୍ତୁ ବୋଲି କହୁଛନ୍ତି ।  ତୁରନ୍ତ ଉଷୁନା ଚାଉଳ ଉଠାଉ FCI (କେନ୍ଦ୍ର)। କେନ୍ଦ୍ର ବିଜେପି ସରକାର ଅଯଥା ଚାଷୀ ନାଁରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।  ୨୦୨୦-୨୧ ଖରିଫ ଋତୁରେ ଓଡ଼ିଶା ୫୨ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଉତ୍ପାଦନ କରିଛି । ଏଥିରୁ କେନ୍ଦ୍ର/FCI ୨୨ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଇବା କଥା। ଏପର୍ଯ୍ୟନ୍ତ ଉଠାଉନି।

Related Articles

Back to top button
WP Twitter Auto Publish Powered By : XYZScripts.com