ଲୁଚିଛନ୍ତି ପାକ୍ ମତ୍ସ୍ୟଜୀବୀ, ଖୋଜୁଛି ବିଏସଏଫ୍
![](https://i0.wp.com/odia.mobilenews24x7.com/wp-content/uploads/2022/02/%C2%A8%C2%A8%C2%A8-650x430-2.jpg?resize=650%2C430&ssl=1)
ନୂଆଦିଲ୍ଲୀ () ପାକ୍ ମତ୍ସ୍ୟଜୀବୀଙ୍କୁ ଖୋଜୁଛି ବିଏସଏଫ୍ । ଗୁଜରେ ଲୁଚିରହିଥିବା ମତ୍ସ୍ୟଜୀବୀଙ୍କୁ ଧରିବା ପାଇଁ ବିଏସଏଫ୍ ପକ୍ଷରୁ ଉଦ୍ୟମ ଜାରି ରହିଛି । ଗତକାଲି ଭାରତ ପାକିସ୍ତାନ ସୀମାରେ ଥିବା ନର୍ଲା ଅଞ୍ଚଳରେ ବିଏସଏଫ ସର୍ଚ୍ଚ ଅପରେସନ ଜାରି ରଖିଛି । ଏହି ସର୍ଚ୍ଚ ଅପରେସନରେ ବିଏସଏଫର ସ୍ୱତନ୍ତ୍ର ୟୁନିଟ୍ ‘କ୍ରିକ୍ କ୍ରୋକଡାଇଲ୍ କମାଣ୍ଡୋସ୍’ର ନୟୋଜିତ ରହିଛି । ସୂଚନା ମୁତାବକ ବୁଧବାର ଏନେଇ ଖବର ମିଳିବା ପରେ ନର୍ଲା ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ବିଏସଏଫ୍ । ଡ୍ରୋନ୍ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ନୀରିକ୍ଷଣ କରାଯାଇଥିିଲା । ସର୍ଚ୍ଚ ଅପରେସନ ବେଳେ ୮ଟି ପାକିସ୍ତାନୀ ଡଙ୍ଗା ଜବତ କରାଯାଇଥିଲା । ଗତକାଲି ମଧ୍ୟ ଆଉ ୩ଟି ଡଙ୍ଗା ଜବତ କରାଯାଇଛି । ଏନେଇ ବିଏସଏଫର ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ୩୦ ଘଣ୍ଟାରୁ ଅଧିକ ସମୟ ବିତିଯାଇଛି । ହେଲେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ସ୍ଥାନରୁ ପାକିସ୍ତାନୀ ମତ୍ସ୍ୟଜୀବୀ ମାନେ ଖସିଯାଇପାରିବେ ନାହିଁ । ନୟୋଜିତ ଥିବା ‘କ୍ରିକ୍ କ୍ରୋକଡାଇଲ୍ କମାଣ୍ଡୋସ୍’ର ଅଧିକରୀ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଅପରେସନ ଜାରି ରହିଛି । ବିଏସଏଫ ଏଯାଏ ୧୧ଟି ମତ୍ସ୍ୟଜୀବୀ ଡଙ୍ଗା ଉଦ୍ଧାର କରିଛି । ଘଟଣା ଉପରେ ଜିଏସ୍ ମଲିକ୍, ଆଇପିଏସ୍, ଆଇଜି ବିଏସ୍ଏଫ୍ ନଜର ରଖିଛନ୍ତି ।