ଅନ୍ୟାନ୍ୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ବଣ୍ଟାଯିବ ସୁନା

ଚେନ୍ନାଇ, ୧୬/୦୯/୨୦୨୨-  ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ବଣ୍ଟାଯିବ ସୁନା । ଖାଲି ଏତିକି ନୁହେଁ ଜନ ସାଧାରଣମାନଙ୍କୁ ମଧ୍ୟ ବଣ୍ଟାଯିବ ୭୨୦ କିଲୋଗ୍ରାମ ମାଛ । ସେପ୍ଟମ୍ବର ୧୭ରେ ମୋଦିଙ୍କ ୭୨ ତମ ଜନ୍ମଦିନ ପାଳନ ଅବସରରେ ଏପରି କରିବାକୁ ନିଷ୍ପତ୍ତି ନେଇଛି ତାମିଲନାଡୁ ବିଜେପି । ଚେନ୍ନାଇରେ ଥିବା ଏକ ସରକାରୀ ଚିକିତ୍ସାଳୟକୁ ଚିହ୍ନଟ କରାଯାଇ ସେହିଦିନ ଜନ୍ମ ହୋଇଥି ବା ଶିଶୁମାନଙ୍କୁ ସୁନା ମୁଦି ପ୍ରଦାନ କରାଯିବ ।

ଏହି ସୂଚନା ଦେଇଛନ୍ତି ତାମିଲନାଡୁ ମତ୍ସ୍ୟ ପାଳନ ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଏଲ. ମୁରୁଗାନ । ସେହିପରି ଦିଲ୍ଲୀରେ ଗୋଟିଏ ରେଷ୍ଟୁରାଣ୍ଟ ମୋଦିଙ୍କ ନାମରେ ଏକ ଥାଳି ଶୁଭାରମ୍ଭ କରିବ । ଏହି ଥାଳିରେ ୫୬ ପ୍ରକାର ବ୍ୟଞ୍ଜନ ପରିବେଷଣ କରିହେବ । ରେଷ୍ଟୁରାଣ୍ଟ ମାଲିକ ଏହି ଥାଳିର ନାମ ୫୬ ଇଞ୍ଚ୍ ମୋଦୀ ଜୀ ଥାଳି ରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com