ଜାତୀୟରାଜନୀତି

ସଂସଦରେ ଉଠିଲା ପଶ୍ଚିମ ଓଡ଼ିଶାର ସଂସ୍କୃତି ସମ୍ପନ୍ନ ପୀଠର ସୁରକ୍ଷା ଦାବି

ଭୁବନେଶ୍ୱର () ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଐତିହାସିକ, ସଂସ୍କୃତି ସମ୍ପନ୍ନ ପୀଠର ସୁରକ୍ଷା, ସଂରକ୍ଷଣ ଏବଂ ସାମଗ୍ରୀକ ଉନ୍ନତି କଥା ସଂସଦରେ ଉଠାଇଛନ୍ତି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ରାଜ୍ୟସଭା ସଚିବଙ୍କୁ ଚିଠି ଲେଖି ସ୍ପେଶାଲ ମେନସନ୍ ଜରିଆରେ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ସାଂସଦ ।
ମହାନଦୀ କୂଳରେ ଥିବା ସମ୍ବଲପୁର ଜିଲ୍ଲାର ହୁମା ମନ୍ଦିର, ୧୬ଶହ ଶତାବ୍ଦୀର ପୁରାତନ ସମଲେଶ୍ବରୀ ପୀଠ, ଗନ୍ଧମାର୍ଦ୍ଧନ ପାହାଡ଼ ତଳେ ୧୩ଶହ ଶତାବ୍ଦୀର ନୃସିଂହନାଥ ମନ୍ଦିର ଭଳି ଅନେକ ମନ୍ଦିରର ସୁରକ୍ଷା ପାଇଁ ଦୃଷ୍ଟି ଆକର୍ଷଣ କରିଛନ୍ତି ପ୍ରସନ୍ନ । ଏହା ସହ ବୌଦ୍ଧ ଜିଲ୍ଲାର ବୌଦ୍ଧସ୍ତୁପ, ରେଢାଖାଲର ଭୀମ ମଣ୍ଡାଳୀ, ଆଠମଲ୍ଲିକ ଅଂଚଳର ଦେଉଳଝରୀ ଝରଣା, ବଲାଙ୍ଗୀରର ହରିଶଙ୍କର ଜଳପ୍ରପାତ ଏବଂ ଶିବ ମନ୍ଦିର ସହିତ ସନ୍ଥ କବି ଭୀମଭୋଇଙ୍କ ଜନ୍ମସ୍ଥାନ, ବରଗଡ଼ ଜିଲ୍ଲାର ପପଙ୍ଗା ପାହାଡ଼ର ସୁରକ୍ଷା ଓ ସଂରକ୍ଷଣ ପାଇଁ ଦାବି କରିଛନ୍ତି ।
ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯଦିଓ ରାଜ୍ୟ ସରକାର ଏସବୁ ପୀଠର ବିକାଶ ପାଇଁ କାମ କରୁଛନ୍ତି, ହେଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟ ସହଯୋଗ କରିବାର ଆବଶ୍ୟକତା ରହିଛି  । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସାମଗ୍ରୀକ ବିକାଶ ସହ ଉପଯୁକ୍ତ ଭିତ୍ତିଭୂମି ଯୋଗାଇବାକୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଦାବି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com