ଅନ୍ତର୍ଜାତୀୟ

ଶ୍ରୀଲଙ୍କା : ପରିବା କିଣିବାକୁ ପଇସା ନାହିଁ

ଶ୍ରୀଲଙ୍କାରେ ଅଧିକାଂଶ ପନିପରିବା ମୂଲ୍ୟ ଦୁଇଗୁଣା ହୋଇଯାଇଛି । ଶ୍ରୀଲଙ୍କା ମୁଦ୍ରାରେ କିଲୋଗ୍ରାମ ପିଛା ଆଳୁ ମୂଲ୍ୟ ୨୨୦ ଟଙ୍କା ଏବଂ ପିଆଜ ମୂଲ୍ୟ ୨୦୦ ଟଙ୍କା ରହିଛି । ସେହିଭଳି ଚାଉଳ ମୂଲ୍ୟ ବର୍ଷକ ତଳେ କିଲୋଗ୍ରାମ ପିଛା ୧୪୫ ଟଙ୍କା ଥିବାବେଳେ ଏବେ ତାହା ୨୩୦ ଟଙ୍କା ରହିଛି । ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ୧୫୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଗାଜର କିଲୋ ୪୯୦ ଟଙ୍କା ଛୁଇଁଛି । ଶ୍ରୀଲଙ୍କାରେ ମୁଖ୍ୟତଃ ଯୋଗାଣ ଅଭାବଜନିତ ମୁଦ୍ରାସ୍ଫୀତି ଦେଖାଦେଇଛି । ଏଥିସହିତ ଇନ୍ଧନ ମୂଲ୍ୟ ଉଚ୍ଚା ରହିବା କାରଣରୁ ବିଭିନ୍ନ ସାମଗ୍ରୀର ମୂଲ୍ୟ ବଢ଼ିଯାଇଛି । ୨୨ ନିୟୁତ ବିଶିଷ୍ଟ ଏହି ଦେଶରେ ବିଦେଶୀ ମୁଦ୍ରାର ଗୁରୁତର ଅଭାବ ଦେଖାଦେଇଛି । ଫଳରେ ଶ୍ରୀଲଙ୍କା ପେଟ୍ରୋଲ, ଡିଜେଲ, ସାର, ଖାଦ୍ୟ ଏବଂ ଔଷଧ ଆଦି ବିଦେଶରୁ ଆମଦାନି କରି ପାରୁନାହିଁ । ପେଟ୍ରୋଲ ଓ ଡିଜେଲ କିଣିବାକୁ ଲୋକଙ୍କୁ ମାଇଲ ମାଇଲ ଧରି ଧାଡ଼ିରେ ଠିଆ ହେବାକୁ ପଡ଼ୁଛି । ଖାଦ୍ୟପଦାର୍ଥର ଉଚ୍ଚ ଦାମ୍ ଯୋଗୁ ୭୦ ପ୍ରତିଶତ ପରିବାର କମ୍ ପରିମାଣରେ ଖାଦ୍ୟ ଖାଉଛନ୍ତି ବୋଲି ୟୁନିସେଫ ପକ୍ଷରୁ କୁହାଯାଇଛି । ଶ୍ରୀଲଙ୍କା ମୁଦ୍ରା ଭାରତୀୟ ମୁଦ୍ରା ତୁଳନାରେ ଦୁର୍ବଳ ରହିଛି । ଭାରତର ୧ ଟଙ୍କା ଶ୍ରୀଲଙ୍କାର ପ୍ରାୟ ୪.୬ ଟଙ୍କା ସହିତ ସମାନ ।

Related Articles

Back to top button
WP Twitter Auto Publish Powered By : XYZScripts.com