ଓଡ଼ିଶା

ଷ୍ଟାଡିୟମ୍‌ରେ ଦେଖିବାକୁ ମିଳିବ ଖଚାଖଚ୍‌ ଭିଡ, ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ରେ ଦର୍ଶକଙ୍କ ପ୍ରବେଶକୁ ଅନୁମତି ଦେଲା BCCI

କୋଲକାତା() ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ ବୁଧବାର ଠାରୁ ଆରମ୍ଭ ହୋଇଛି । ସିରିଜ୍‌ର ସମସ୍ତ ମ୍ୟାଚ୍‌ କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଖେଳାଯିବ । କୋଭିଡ୍ କଟକଣା କାରଣରୁ ଦର୍ଶକଙ୍କୁ ମ୍ୟାଚ୍‌ ଦେଖିମାକୁ ଅନୁମତି ନଥିଲା । କିନ୍ତୁ ଏବେ ବଡ ଘୋଷଣା କରିଛି ବିସିସିଆଇ । ପ୍ରଥମ ଦୁଇଟି ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବ । କିନ୍ତୁ ତୃତୀୟ ତଥା ଅନ୍ତିମ ଟ୍ବେଣ୍ଟି ଟ୍ବେଣ୍ଟିରେ ଖଚାଖଚ୍‌ ଭରା ହେବ ଷ୍ଟାଡିୟମ୍‌ । ଅର୍ଥାତ୍‌ ମ୍ୟାଚ୍‌ ଦେଖିବାକୁ ଦର୍ଶକଙ୍କୁ ମିଳିବ ଅନୁମତି ।

ବୁଧବାର ପ୍ରଥମ ମ୍ୟାଚ୍‌ ଖେଳାଯିବ । ଶୁକ୍ରବାର ଦ୍ବିତୀୟ ଏବଂ ରବିବାର ତୃତୀୟ ମ୍ୟାଚ୍‌ ଖେଳାଯିବ । ତେବେ ରବିବାର ମ୍ୟାଚ୍‌ ପାଇଁ ଷ୍ଟାଡିୟମ୍‌କୁ ଦର୍ଶକଙ୍କୁ ଅନୁମତି ମିଳିଛି । ଏ ନେଇ କ୍ରିକେଟ୍‌ ଆସୋସିଏସନ୍‌ ବେଙ୍ଗଲ (CAB)କୁ ଅନୁମତି ପ୍ରଦାନ କରିଛି ବିସିସିଆଇ । ଶେଷ ମ୍ୟାଚ୍‌ରେ ଦର୍ଶକଙ୍କୁ ପ୍ରବେଶ ପାଇଁ ଅନୁମତି ଦେବାକୁ ଅନୁମତି ମାଗିଥିଲା ସିଏବି । ଯାହାକୁ କି ଅନୁମତି ପ୍ରଦାନ କରିଛି BCCI ।

କରୋନା ସଂକ୍ରମଣ ହାର ହ୍ରାସ ପାଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ପଶ୍ଚିମବଙ୍ଗ​‌ରେ ମଧ୍ୟ ସଂକ୍ରମଣ ହାର ଖସିଛି । ଯାହାକୁ ଦୃଷ୍ଟିରେ ରଖି ରବିବାର ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଟ୍ବେଣ୍ଟି ଟ୍ବେଣ୍ଟି ପାଇଁ ଦର୍ଶକଙ୍କୁ ଅନୁମତି ଦିଆଯାଇଛି । ସୂଚନାଯୋଗ୍ୟ, ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ର ଗୋଟିଏ ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିଲା । କିନ୍ତୁ କୋଭିଡ୍‌ ବାୟୋ ବବଲ କାରଣରୁ ସମସ୍ତ ମ୍ୟାଚ୍‌ ଇଡେନ୍‌ ଗାର୍ଡେନ୍‌କୁ ସ୍ଥାନାନ୍ତର କରିଥିଲା ବିସିସିଆଇ । ଯେଉଁଥି ପାଇଁକି ଓଡିଶାର କ୍ରିକେଟ୍‌ ପ୍ରେମୀ ନିରାଶ ହୋଇଥିଲେ । ତେବେ ଆଗାମୀ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ବାରବାଟୀ ଖେଳାଯିବା ନେଇ ବିସିସିଆଇ ପକ୍ଷରୁ ଘୋଷଣା କରାଯିବା ପରେ ଓଡିଶାର କ୍ରିକେଟ୍‌ ପ୍ରେମୀ ପୁଣି ଉତ୍ସାହିତ ହୋଇଉଠିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com