ଅନ୍ୟାନ୍ୟ

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା : ଅଭିଯୁକ୍ତ ଗୋପାଳ ଦାସଙ୍କର ବୟାନ ରେକର୍ଡ଼

 ଭୁବନେଶ୍ୱର,୧୩/୦୨/୨୦୨୩ –   ମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କର  ବୟାନ ରେକର୍ଡ଼ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ JMFC କୋର୍ଟର ଧାରା ୧୬୪ରେ ଗୋପାଳଙ୍କର ବୟାନ ରେକର୍ଡ଼ର ଭିଡ଼ିଓଗ୍ରାଫି ହୋଇଥିବା ଜଣାପଡ଼ିଛି । ତୃତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ କଡ଼ା ସୁରକ୍ଷା ବଳୟରେ ଗୋପାଳକୁ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ ।

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ବାବଦରେ କ୍ରାଇମବ୍ରାଞ୍ଚ ଦିନକୁ ଦିନ ନୂଆ ନୂଆ ତଥ୍ୟର ସାମ୍ନା କରୁଛି । ଗୋପାଳ ସାର୍ପ ସୁଟର ଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । ଗତବର୍ଷ ଡିସେମ୍ବର ମାସରେ ଜିଲ୍ଲା ପୁଲିସ ପକ୍ଷରୁ ତାଙ୍କୁ ଏନେଇ ପୁରସ୍କୃତ ମଧ୍ୟ କରାଯାଇଥିଲା । ରବିବାର ବିଳମ୍ବିତ ରାତିରେ ଗୋପାଳକୁ ଝାରସୁଗୁଡା ଅଣାଯାଇ ବିମାନବନ୍ଦର ଥାନାରେ ରଖା ଯାଇଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com