ଅନ୍ତର୍ଜାତୀୟ

ଯୁଦ୍ଧ ବିରୋଧୀ ପ୍ରଦର୍ଶନରେ ୟୁକ୍ରେନ ସପକ୍ଷରେ ରୁଷବାସୀ, ରାସ୍ତାକୁ ଓହ୍ଲାଇଲେ ପ୍ରଦର୍ଶନକାରୀ; ସରକାର ଦେଲେ ଏଭଳି ଚେତାବନୀ

ମସ୍କୋ() ୟୁକ୍ରେନ୍ ରେ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଯାହାର ପ୍ରଭାବ ସାଧାରଣ ନାଗରିକଙ୍କ ଉପରେ ଗଭୀର ଭାବରେ ଦେଖିବାକୁ ମିଳିଛି । ତେବେ ଏହା ଭିତରେ ହଜାର ହଜାର ସଂଖ୍ୟାରେ ନାଗରିକ ଯୁଦ୍ଧ ବିରୋଧୀ ପ୍ରଦର୍ଶନକୁ ଓହ୍ଲାଇଥିଲେ । ଯୁଦ୍ଧକୁ ରୋକିବା ପାଇଁ ପ୍ରଦର୍ଶନ କରିଥିଲେ । ଏହି କାରଣରୁ ରୁଷୀ ସେନା ମାନେ ୧୭୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଅଟକ ରଖିଛନ୍ତି ।

ତେବେ ଖାଲି ୟୁକ୍ରେନବାସୀ ନୁହେଁ ବରଂ ରୁଷ ନାଗରିକ ମାନେ ମଧ୍ୟ ଯୁଦ୍ଧ ବିରୋଧୀ ପ୍ରଦର୍ଶନ କରିଥିବା ଜଣାପଡ଼ିଛି । ସେମାନେ ମଧ୍ୟ ଦୁଇ ଦେଶ ମଧ୍ୟରେ ଶାନ୍ତି ଚାହୁଁଛନ୍ତି । କିନ୍ତୁ ଏକଛତ୍ରବାଦୀ ଶାସନ ଚଳାଉଥିବା ରୁଷ ରାଷ୍ଟ୍ରପତି ପୁଟିନ୍ ଯୁଦ୍ଧକୁ ରୋକିବା ନେଇ କୌଣସି ପ୍ରକାର ଆଭିମୁଖ୍ୟ ପୋଷଣ କରୁନାହାନ୍ତି । ଯେଉଁଥିପାଇଁ ସାରା ବିଶ୍ୱ ଏବେ ରୁଷକୁ ନିନ୍ଦା କରୁଛି ।

ଖାଲି ସେତିକି ନୁହେଁ ରୁଷୀ ଅଧିକାରୀ ମାନେ ଗୁରୁବାର ଦିନ ଯୁଦ୍ଧ ବିରୋଧୀ ପ୍ରଦର୍ଶନ କରୁଥିବା ଲୋକମାନେ ଏକାଠି ହେଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଆଇନ ଅନୁସାରେ ଦଣ୍ଡିତ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ମିଡିଆ ରିପୋର୍ଟ ମୁତାବକ, କିଛି ରୁଷୀୟ ନାଗରିକ ସୋସିଆଲ୍ ମିଡିଆରେ ୟୁକ୍ରେନ ଉପରେ ଆକ୍ରମଣ ବିରୋଧରେ ରାସ୍ତାକୁ ଓହ୍ଲାଇବାକୁ ଆହ୍ୱାନ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com