ଜାତୀୟ

ହସ୍ପିଟାଲରେ ଭର୍ତ୍ତି ହେଲେ ନୱାବ ମଲ୍ଲିକ: ଆତଙ୍କୀଙ୍କ ସହାୟତା ପାଇଁ ୮ ଦିନିଆ ରିମାଣ୍ଡରେ ନେଇଥିଲା ଇଡି

ନୂଆଦିଲ୍ଲୀ() ହସ୍ପିଟାଲରେ ଭର୍ତ୍ତି ହେଲେ ନୱାବ ମଲିକ୍ । ଏନସିପି ନେତା ନୱାବ ମଲିକଙ୍କୁ ୮ ଦିନିଆ ଇଡି ରିମାଣ୍ଡରେ ପଠା ଯାଇଥିବା ବେଳେ ଅସୁସ୍ଥତା ପାଇଁ ତାଙ୍କୁ ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅର୍ଥ ହେରଫେର ଏବଂ ଦାଉଦ ଇବ୍ରାହିମ ପରି ଆତଙ୍କୀଙ୍କୁ ଅର୍ଥ ଯୋଗାଣ ଅଭିଯୋଗରେ ଇଡି ପକ୍ଷରୁ ମଲିକଙ୍କୁ ଗିରଫ କରାଯାଇଥିଲା । ରୁଟିନ୍ ଚେକ୍ ଅପ୍ ପାଇଁ ମଲିକଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ମଲିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବାସ୍ତବରେ କଣ ହୋଇଛି ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଆଧିକାରିକ ଭାବରେ କୌଣସି ସୂଚନା ଦିଆଯାଇନଥିବା ବେଳେ ମଲିକଙ୍କ ପେଟ ଖରାପ ଥିବା ଅନୁମାନ କରାଯାଇଛି ।

ଦାଉଦ ଇବ୍ରାହିମ ସହିତ ସମ୍ପର୍କ ଏବଂ ଅର୍ଥ ହେରଫେରକୁ ନେଇ ନୱାବଙ୍କୁ ଗିରଫ କରିଥିଲା ଇଡି । ବର୍ତ୍ତମାନ ନୱାବ ୮ ଦିନିଆ ରିମାଣ୍ଡରେ ରହିଛନ୍ତି । ଏନଆଇଏ ପକ୍ଷରୁ ଦାଉଦକୁ ନେଇ ରେଡ ଆଲର୍ଟ ପ୍ରକାଶ କରିବା ପରେ ଏହି ଯାଞ୍ଚ ଆରମ୍ଭ କରାଯାଇଥିଲା । ଇବ୍ରାହିମ ସର୍ଦ୍ଦାର ସାହଭିଲ ଖାନ୍ ଏବଂ ହସିନା ପାର୍କରର ବଡିଗାର୍ଡ ସଲିମ ପଟେଲ ସହିତ ଏହି ଚୁକ୍ତି ହୋଇଥିବା ଜଣାପଡିଛି । ପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନବିସ ୩୦ ଲକ୍ଷ ଟଙ୍କାର କାରବାର ସମ୍ପର୍କରେ ଅଭିଯୋଗ ଆଣିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com