ଅନ୍ୟାନ୍ୟ

ମେ ପହିଲାରୁ ପଛୁଆ ବର୍ଗଙ୍କ ସର୍ଭେ

ଭୁବନେଶ୍ୱର, ୦୬/୦୪/୨୦୨୩ –    ରାଜ୍ୟର ଥିବା ପଛୁଆ ବର୍ଗଙ୍କ ପାଇଁ ହେବାକୁ ଥିବା ସର୍ଭେର ତାରିଖ ସ୍ଥିର କରାଯାଇଛି । ଆସନ୍ତା ମେ ୧ ରୁ ୨୭ ପର୍ଯ୍ୟନ୍ତ ଏହି ସର୍ଭେ ପ୍ରକ୍ରିୟା ଚାଲୁରହିବ । ତେବେ ଏଥିପାଇଁ ପୂର୍ବରୁ କେବଳ ଅନଲାଇନ ଜରିଆରେ ସର୍ଭେପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ମାତ୍ର ଏହାକୁ ବିରୋଧ କରାଯିବାରୁ ଉଭୟ ଅନ ଲାଇନ ଏବଂ ଅଫ ଲାଇନ ମାଧ୍ୟମରେ ସର୍ଭେ କରିବା ପାଇଁ ସ୍ଥିର କରାଯାଇଛି ।

ପ୍ରତି ଗାଁରେ ଏବଂ ୱାର୍ଡରେ ପଛୁଆବର୍ଗଙ୍କ ତଥ୍ୟ ସଂଗ୍ରହ କରିବାପାଇଁ ଏନୁମରେଟର ସେଣ୍ଟର ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ସର୍ଭେରେ ନିୟୋଜିତ ହେବାକୁଥିବା କର୍ମଚାରୀମାନଙ୍କୁ ବ୍ଲକ୍ ଏବଂ ପୌରାଞ୍ଚଳରେ ୨ ଦିନିଆ ମାଷ୍ଟର ଟ୍ରେନିଂ ଦିଆଯାଇଛି । ସେହିପରି ଏନୁମରେଟର ଏବଂ ସୁପର ଭାଇଜରଙ୍କୁ ଏପ୍ରିଲ ୬ରୁ ୨୪ ମଧ୍ୟରେ ତାଲିମ ପ୍ରଦାନ କରାଯିବ ।

ଏହି ସର୍ବେକ୍ଷଣରେ ପରିବାର ମୁଖ୍ୟ କିମ୍ବା ଅନ୍ୟ ସଦସ୍ୟ ଏନୁମରେଟର ସେଣ୍ଟରକୁ ଯାଇ ସମସ୍ତ ସଦସ୍ୟଙ୍କ ତଥ୍ୟ ପଞ୍ଜିକରଣ କରିପାରିବେ । ଏଥିପାଇଁ ଆଧାର, ଭୋଟ, ପାସପୋର୍ଟ, ପାନ୍ କାର୍ଡକୁ ପରିଚୟ ପତ୍ର ଭାବେ ଦେଖାଇ ପାରିବେ । ଏହି ସେଣ୍ଟର ସକାଳ ୧୦ ଟାରୁ ସଂନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଖୋଲା ରହିବ । ଅନ୍ୟ ପକ୍ଷରେ ଅଙ୍ଗନୱାଡି , ସ୍କୁଲ ଓ ଗ୍ରାମ ପଞ୍ଚାୟତ ଆଦି ସ୍ଥାନରେ ଲୋକମାନେ ନିଜର ଶିକ୍ଷାଗତ ଓ ସାମାଜିକ ସର୍ବେକ୍ଷଣ ତଥ୍ୟ ପ୍ରଦାନ କରିବାକୁ ସରକାର ଅନୁରୋଧ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com