ଓଡ଼ିଶା

ମାଲକାନଗିରି ଡାକ୍ତରଖାନାରେ ନାବାଳିକାର ମୃତ୍ୟୁ: ଫାର୍ମାସିଷ୍ଟଙ୍କୁ ଦାୟୀ କରି ନିସ୍ତୁକ ମାଡ଼

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୧୪ ବର୍ଷୀୟା ଝିଅର ମୃତ୍ୟୁ ଘଟିବା କାରଣରୁ ପରିବାର ଲୋକେ ଉତ୍ତେଜିତ ହୋଇ ପଡ଼ିଛନ୍ତି। କାର୍ଯ୍ୟରତ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼ ମାରି ରାଜରାସ୍ତାରେ ଚଳାଇ ଚଳାଇ ଥାନାକୁ ଆଣିଲେ ଉତ୍ତେଜିତ ଲୋକେ।

ସୂଚନା ଅନୁଯାୟୀ, ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମ. ଭି ୪୪ଗ୍ରାମର ବାସୁଦେବ ଵାଲାଙ୍କ ଝିଅ ବନ୍ଦନା ଵାଲାଙ୍କର ଦେହ ଖରାପ ହେବା ପରେ ସଦର ଡାକ୍ତରଖାନାର ଫାର୍ମାସିଷ୍ଟ ସଞ୍ଜୟ ବେହେରାଙ୍କ ନିକଟରେ ଚିକିତ୍ସା କରାଇଥିଲେ। ଝିଅଟିର ପେଟଲେଟ କମିଯାଇଛି କହି ୪ଦିନ ଯାଏ ଚିକିତ୍ସା କରିଥିଲେ। କିନ୍ତୁ କୌଣସି ସୁଫଳ ମିଳିପାରି ନଥିଲା ଏବଂ ଝିଅଟିର ମୃତ୍ୟୁ ଘଟିଥିଲା। ଫାର୍ମାସିଷ୍ଟ ଚିକିତ୍ସା କରି ଝିଅକୁ ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ ଫାର୍ମାସିଷ୍ଟଜଣକ ସମସ୍ତ ବିଷୟକୁ ଭିତ୍ତିହୀନ ବୋଲି କହିଛନ୍ତି। ମୃତ ଝିଅର ପରିବାର ଲୋକେ ଘରକୁ ଯାଇ ଫାର୍ମାସିଷ୍ଟ ପରିବାର ଲୋକଙ୍କୁ ବହୁତ ଗାଳିଗୁଲଜ କରିଥିଲେ। ଏହା ସହ ଫର୍ମାସିଷ୍ଟଜଣଙ୍କୁ ଡାକ୍ତରଖାନାରୁ ମୃତ ଝିଅର ପରିବାର ଲୋକେ ରାଜରାସ୍ତାରେ କଏଦୀ ଭଳି ଥାନାକୁ ଟାଣିଟାଣି ଆଣିଥିଲେ। ଏହି ଦୃଶ୍ୟକୁ ସାଧାରଣରେ ବହୁତ ନିନ୍ଦା କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com