ଦେଶରେ ପ୍ରଥମ ଥର ପାଇଁ ପରୀକ୍ଷା ହେଲା କବଚ: ଟ୍ରେନରେ ଉପସ୍ଥିତ ରହିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
![](https://i0.wp.com/odia.mobilenews24x7.com/wp-content/uploads/2022/03/Shri_Ashwini_Vaishnaw_Minister.jpg?resize=579%2C470&ssl=1)
ନୂଆଦିଲ୍ଳୀ: ଦେଶରେ ଆରମ୍ଭ ହୋଇଯାଇଛି କବଚ ରେଳ ସେବା । ଏହି ନୂତନ ବୈଷୟିକ କୌଶଳର ପରୀକ୍ଷଣ ପରେ ଏଣିକି ଦୁର୍ଘଟଣାକୁ ଶୂନକୁ ଅଣାଯାଇ ପାରିବ । କବଚ ହେଉଛି ଏମିତି ଏକ କୌଶଳ ଯାହା ଦ୍ୱାରା ଟ୍ରେନ ସାମ୍ନାସାମ୍ନି ଧକ୍କା ହେବ ନାହିଁ । ବିଗତ ବଜେଟରେ ୨ ହଜାର କିମି ରେଳ ଲାଇନକୁ କବଚ ଟେକ୍ନୋଲୋଜିରେ ସାମିଲ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପରୀକ୍ଷଣ ସମୟରେ ଟ୍ରେନରେ ରହିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।
ସୂଚନାଯୋଗ୍ୟ, କବଚ ଏକ ସ୍ୱଦେଶୀ ଟେକନିକ ଅଟେ । କବଚ ଦେଶରେ ବିକାିତ ହୋଇଥିବା ଏଭଳି ଏକ ଆଣ୍ଟି-କୋଲିଜନ ଡିଭାଇସ ଅଟେ ଯାହାଦ୍ୱାରା ରେଳ ଦୁର୍ଘଟଣାକୁ ରୋକାଯାଇପାରିବ । ଦୁର୍ଘଟଣା ସଂଖ୍ୟା ମଧ୍ୟ ଶୂନ ହୋଇପାରିବ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ଡିଭାଇସ ଦ୍ୱାରା ୨ ହଜାର କିମିରେ ତିଆରି ହେବାକୁ ଥିବା ରେଳଲାଇନକୁ ସୁରକ୍ଷିତ କରାଯାଇପାରିବ । ପିଏଚଡି ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ର ଚେୟାରମ୍ୟାନ ସନ୍ଦୀପ ଅଗ୍ରୱାଲ କହିଛନ୍ତି ଭାରତୀୟ ରେଳବାଇ ପାଇଁ କବଚ ଟେକ୍ନୋଲୋଜୀ ଗେମଚେଞ୍ଜର ହୋଇପାରେ । ଏହି ସ୍ୱଦେଶୀ ଜ୍ଞାନକୌଶଳ ଦେଶରେ ଟ୍ରେନର ଗତିରେ ସୁଧାର ଆଣିପାରିବ ।