ଅନ୍ୟାନ୍ୟ

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ୍‌: ଟସ୍‌ ଜିଣି ପ୍ରଥମେ ବ୍ୟାଟିଙ୍ଗ୍‌ କରୁଛି ଭାରତ

ମୋହାଲି: ଆଜି ପଞ୍ଜାବର ମୋହାଲିସ୍ଥିତ ‘ଆଇଏସ୍‌ ବିନ୍ଦ୍ରା ପିସିଏ ଷ୍ଟାଡିୟମ୍‌ରେ ଆୟୋଜିତ ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ରେ ଭାରତ ୧ ୱିକେଟ୍‌ ହରାଇ ୧୦.୪  ଓଭର୍‌ ଖେଳି ୫୭ ରନ୍‌ ସଂଗ୍ରହ କରିଛି।

ମୟଙ୍କ ଅଗ୍ରୱାଲ୍‌ ୩୩ ବଲ୍‌ ଖେଳି ୨୧ ରନ୍‌ ସଂଗ୍ରହ କରିଥିବା ବେଳେ ହନୁମା ବିହାରୀ ୬ଟି ବଲ୍‌‌ ଖେଳି ୫ ରନ୍‌ ସଂଗ୍ରହ କରିଛନ୍ତି।

ରୋହିତ ଶର୍ମା ୩୨ ରନ୍‌ ସଂଗ୍ରହ କରି କ୍ୟ‌ାଚ୍‌ ଆଉଟ୍‌ ହୋଇଯାଇଥିଲେ।

ଟସ୍‌ ଜିଣିବା ପରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଙ୍ଗ୍‌ କରିବା ଲାଗି ନିଷ୍ପତ୍ତି ନେଇଥିଲେ।

ଆଜି ଭାରତୀୟ ଟିମ୍‌ରେ ଖେଳୁଛନ୍ତି: ଆର୍‌. ଶର୍ମା (ଅଧିନାୟକ), ଏମ୍‌. ଅଗରୱାଲ୍‌, ଏଚ୍. ବିହାରୀ, ଭି. କୋହଲି, ଏସ୍‌. ଆୟେର୍‌ (ୱିକେଟ୍‌ ରକ୍ଷକ), ଆର୍. ଜାଡେଜା, ଆର୍‌. ଅଶ୍ବିନୀ, ଏମ୍. ଶାମି, ଜେ. ବୁମ୍‌ରା ଏବଂ ଜେ. ଯାଦବ।

ଶ୍ରୀଲଙ୍କା ଟିମ୍‌ରେ ଖେଳୁଛନ୍ତି: ଦିମୁଥ୍‌ କରୁନାତ୍ନେ (ଅଧିନାୟକ), ଲାହିରୁ ତିରିମାନ୍ନେ, ପତୁମ୍‌ ନିସାଙ୍କ, ଆଞ୍ଜେଲିଓ ମାଥ୍ୟୁସ୍‌, ଧନଞ୍ଜୟ ଡି ସିଲଭା, ଚରିତ ଅସଲଙ୍କା, ନିରୋଶାନ ଡିକ୍‌ୱେଲ୍‌, ସୁରଙ୍ଗ ଲକ୍‌ମଲ୍‌, ଲସିତ ଏମ୍ବୁଲଦେନିୟା, ବିଶ୍ବ ‌ଫର୍ଣ୍ଣା‌ଣ୍ଡୋ, ଲାହିରୁ କୁମାର।

Related Articles

Back to top button