ଅନ୍ତର୍ଜାତୀୟଜାତୀୟ

ୟୁକ୍ରେନ ଉପରେ ହୋଇଥିବା ଯୁଦ୍ଧକୁ ବିରୋଧ କରି କଟକଣା ଲଗାଇଥିବା ୩୧ଟି ଦେଶ ରୁଷର ଶତ୍ରୁ ତାଲିକାରେ ସାମିଲ

ନୂଆଦିଲ୍ଲୀ() ରୁଷର ଶତ୍ରୁ ସୂଚୀରେ ସାମିଲ ହେଲା ୩୧ଟି ଦେଶ। ରୁଷିଆ, ଏହାର କମ୍ପାନୀ ଏବଂ ନାଗରିକଙ୍କ ବିରୋଧରେ ଶତ୍ରୁ ଭଳି ଆଚରଣ କରିଥିବାରୁ ରୁଷ ପ୍ରାୟ ୩୧ଟି ଦେଶକୁ ଶତ୍ରୁ ବୋଲି କହିଥିବା ଜଣାପଡ଼ିଛି। ଏହି ସୂଚୀରେ ଆମେରିକା, ଜାପାନ, ବ୍ରିଟେନ ଭଳି ଦେଶ ଥିବା ଦେଖାଯାଇଛି। ଚୀନର ଗଣମାଧ୍ୟମ ସିଜିଟିଏନ ଦାବି କରିଛି ଯେ ରୁଷ ଏହାର ଶତ୍ରୁ ଦେଶ ତାଲିକାକୁ ଅନୁମୋଦନ କରିଛି। ୟୁକ୍ରେନ ବ୍ୟତୀତ ଆମେରିକା, ବ୍ରିଟେନ, ଜାପାନ ଏବଂ ୟୁରୋପୀୟ ସଂଘରେ ସଦସ୍ୟ ଥିବା ଦେଶ ଏହି ତାଲିକାରେ ରହିଛନ୍ତି। ୟୁରୋପୀୟ ସଂଘରେ ୨୭ଟି ଦେଶ ରହିିଥିବା ବେଳେ ମୋଟ ୩୧ଟି ଦେଶକୁ ଶତ୍ରୁ ଦେଶ ତାଲିକାରେ ସାମିଲ କରିଛି ରୁଷ।

indiatoday

ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପରେ ଏହି ଦେଶଗୁଡ଼ିକ ରୁଷ ଉପରେ ଆର୍ଥିକ କଟକଣା ଲଗାଇବା ସହ ଅନେକ ପ୍ରକଳ୍ପକୁ ସ୍ଥଗିତ ରଖିଥିଲେ। ଏହାର କଡ଼ା ଜବାବ ଦିଆଯିବ ବୋଲି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଥିବା ବେଳେ ଏବେ ରୁଷ ଏହାର ଜବାବ ଦେଇଛି। କଟକଣା ଲଗାଇଥିବା ବା ୟୁକ୍ରେନ ଉପରେ ହୋଇଥିବା ଯୁଦ୍ଧକୁ ବିରୋଧ କରି ଯେଉଁ ଦେଶ ରୁଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, ସେମାନଙ୍କୁ ଶତ୍ରୁ ତାଲିକାରେ ରୁଷ ସାମିଲ କରିଛି।

ତେବେ ୩୧ଟି ଦେଶର କଟକଣା ସତ୍ତ୍ବେ ବି ନଇଁ ପଡ଼ିନାହାନ୍ତି ପୁଟିନ୍। ୟୁକ୍ରେନ ରୁଷର ସର୍ତ୍ତ ନମାନିବା ପର୍ଯ୍ୟନ୍ତ ଏଭଳି ଯୁଦ୍ଧ ଜାରି ରହିବ ବୋଲି କହିଛନ୍ତି ପୁଟିନ୍।

Related Articles

Check Also
Close
Back to top button