ଅନ୍ତର୍ଜାତୀୟଜାତୀୟ

ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ପାକିସ୍ତାନୀ ଛାତ୍ରୀ: ୟୁକ୍ରେନରୁ ବାହାରିବାକୁ ନେଇ କହିଲେ ଏପରି(Video)

ନୂଆଦିଲ୍ଲୀ() ଗତ ୧୪ ଦିନ ହେବ ୟୁକ୍ରେନ ଓ ରୁଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିରହିଛି । ୧୪ ଦିନ ପରେ ବି ୟୁକ୍ରେନ ଉପାରେ ରୁଷର ଆକ୍ରମଣ କମ୍ ହୋଇନି । ରାଜଧାନୀ କିଭ ସମେତ ଅନେକ ସହର ଧ୍ୱଂସ ହେବାରେ ଲାଗିଛି । ଯୁକ୍ରେନ ଉପରେ ଆକ୍ରମଣକୁ ଦୃଷ୍ଟି ରଖି ସମସ୍ତ ଦେଶ ନିଜ ନିଜର ନାଗରିକମାନଙ୍କୁ ସେଠାରୁ ସୁରକ୍ଷିତରେ ବାହାର କରିବାକୁ ଲାଗିପଡିଛନ୍ତି । ଭାରତ ବି ଅପରେସନ ଗଙ୍ଗା ଅଧିନରେ ବର୍ତ୍ତମାନ ସୁଦ୍ଧା ହଜାର ହଜାର ଲୋକଙ୍କୁ ୟୁକ୍ରେନରୁ ସୁରକ୍ଷିତ ଭାବେ ବାହାର କରିଛି ।

ଏହାରି ମଧ୍ୟରେ ଜଣେ ପାକିସ୍ତାନୀ ଯୁବତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୟୁକ୍ରେନରୁ ସୁରକ୍ଷିତ ଭାବେ ବାହାର କରିଥିବାରୁ ସେ ଭାରତର ଦୂତାବାସ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯୁବତୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ନିଜକୁ ପାକିସ୍ତାନୀ ଛାତ୍ରୀ ବୋଲି କହିଛନ୍ତି । ଭିଡିଓରେ ସେ କହିଛନ୍ତି ଯେ, ‘ମୋ ନାଁ ଆସମା ସରିଫ । ମୁଁ କିଭରେ ଭାରତୀୟ ଦୂତାବାସ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଉଛି । ସେ ଆମକୁ ସାହାଯ୍ୟ କରି ସେଠାରୁ ସୁରକ୍ଷିତ ବାହାର କରିଛନ୍ତି ।’

ସୂଚନା ଅନୁସାରେ, ଆସମାଙ୍କୁ ଭାରତୀୟ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ । ସେଠାରୁ ବାହାରିବା ପାଇଁ ପଶ୍ଚିମ ୟୁକ୍ରେନ ରାସ୍ତାରେ ତାଙ୍କୁ ନିଆଯାଉଛି । ଆସମା ଖୁବ ଶୀଘ୍ର ତାଙ୍କ ଘରେ ପହଞ୍ଚିଯିବେ । ତେବେ ୟୁକ୍ରେନର ବିଗିଡ଼ୁଥିବା ପରିସ୍ଥିତିକୁ ଦେଖି ଭାରତ ଅପରେସନ୍ ଗଙ୍ଗା ଅଭିଯାନ ଆରମ୍ଭ କରିଛି, ଯାହା ଅଧୀନରେ ଏପର୍ଯ୍ୟନ୍ତ ୧୮ ହଜାରରୁ ଅଧିକ ଲୋକଙ୍କୁ ନିଜ ଦେଶକୁ ଅଣାଯାଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com