Featuredଜାତୀୟ

ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରୀମାନେ ପରୀକ୍ଷା ଦେଇପାରିବେ ନାହିଁ

ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରୀମାନେ ପରୀକ୍ଷା ଦେଇପାରିବେ ନାହିଁ । ସମସ୍ତ ଛାତ୍ରୀଙ୍କୁ ନିୟମ ପାଳନ କରିବାକୁ ପଡ଼ିବ । ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାର ନିର୍ଦ୍ଧାରିତ ନିୟମ ଅନୁସାରେ କାର୍ଯ୍ୟ କରୁଛନ୍ତି । ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ ସରକାରୀ ଶିକ୍ଷାନୁଷ୍ଠାନର ପରୀକ୍ଷା ପାଇଁ ଅନୁମତି ମିଳିବ ନାହିଁ ବୋଲି କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀ ବି.ସି. ନାଗେଶ କହିଛନ୍ତି ।

ଶିକ୍ଷାମନ୍ତ୍ରୀ କହିଛନ୍ତି, ଯେଉଁ ମୁସଲମାନ ଛାତ୍ରୀମାନେ ହିଜାବ ପରିଧାନ କରି ଆସିବେ ସେମାନଙ୍କୁ ପରୀକ୍ଷାରେ ବସିବା ପାଇଁ ଅନୁମତି ଦିଆଯିବ ନାହିଁ । ଆସନ୍ତା ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପ୍ରି-ୟୁନିଭରସିଟି (ପିୟୁସି) ପରୀକ୍ଷା ହିଜାବ ପିନ୍ଧିଥିବା ଛାତ୍ରୀମାନେ ଦେଇପାରିବେ ନାହିଁ । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଛାତ୍ରୀଙ୍କୁ ୟୁନିଫର୍ମ ପିନ୍ଧିବାକୁ ପଡ଼ିବ । ହିଜାବ ପ୍ରତିବନ୍ଧକ ପରେ ପରୀକ୍ଷାରେ ବସିଥିବା ଥିବା ମୁସଲମାନ ଛାତ୍ରୀଙ୍କ ସଂଖ୍ୟାରେ ସୁଧାର ଆସିଛି । ଏହି କଟକଣା ଲାଗୁ ହେବା ପରେ ଅଧିକ ସଂଖ୍ୟକ ମୁସଲମାନ ଭଉଣୀ ପରୀକ୍ଷାରେ ସାମିଲ ହୋଇଥିଲେ ଓ ଅଧିକ ସଂଖ୍ୟକ ନାମାଙ୍କନ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com