ଅନ୍ୟାନ୍ୟ

ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲାରେ ବସ୍ ଦୁର୍ଘଟଣା : ୮ ଜଣ ମୃତ୍ୟୁ ୪୦ ଜଣ ଆହତ

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲାରେ ରବିବାର ରାତିରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ୮ ଜଣ ଲୋକଙ୍କ ମୃତ୍ୟୁ ଘଟିବା ସହ ୪୦ ଜଣ ଆହତ ହୋଇଛନ୍ତି। ମଦନପଲ୍ଲୀ ଓ ତିରୁପତି ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରାୟ ୫୦ ଜଣ ପରିବାର ସଦସ୍ୟ ଓ ତାଙ୍କ ବନ୍ଧୁମାନେ ଏକ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ତିରୁଚାନୁର ଯାଉଥିଲେ । କିନ୍ତୁ ଘାଟି ରାସ୍ତାରେ ଯାଉଥିବା ବେଳେ ଘରୋଇ ବସ୍‌ଟି ଭାରସାମ୍ୟ ହରାଇ ୧୦୦ ଫୁଟ ତଳେ ଥିବା ଖାଇକୁ ଖସିପଡ଼ିଥିଲା। ଏଥିରେ ଡ୍ରାଇଭରଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ବିଳମ୍ବିତ ରାତ୍ରି ହୋଇଥିବାରୁ ଦୁର୍ଘଟଣା ବିଷୟରେ ୨ ଘଣ୍ଟା ଯାଏ ଜଣାପଡ଼ି ନ ଥିଲା। ତେବେ ସମସ୍ତ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଘୋଷଣା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com