ଅନ୍ୟାନ୍ୟ

ପ୍ରତି ୪ ସେକେଣ୍ଡରେ ହେଉଛି ଗୋଟିଏ ଷ୍ଟ୍ରୋକ୍

ଭୁବନେଶ୍ୱର, ୧୨/୦୩/୨୦୨୩ –   ଭାରତରେ ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ୮୫ ହଜାର ଷ୍ଟ୍ରୋକ୍ ହୁଏ । ପ୍ରତି ୪ ସେକେଣ୍ଡରେ ଗୋଟିଏ ଷ୍ଟ୍ରୋକ୍ ହେଉଥିବାବେଳେ ପ୍ରତି ୪ ମିନିଟରେ ଯାଉଛି ଜଣଙ୍କ ଜୀବନ । ସବୁଠାରୁ ବଡ଼ କଥା ହେଉଛି ଚିକିତ୍ସା ଅଭାବ ଏବଂ ଅବହେଳା କାରଣରୁ ଗରିବ ଓ ମଧ୍ୟବିତ୍ତ ପରିବାରର ୭୭.୭ ପ୍ରତିଶତ ଲୋକେ ଷ୍ଟୋକ୍ ପାଇଁ ଶାରିରୀକ ଅକ୍ଷମ ମଧ୍ୟ ହୋଇ ଯାଇଥାନ୍ତି ।

ଭାରତରେ ଷ୍ଟ୍ରୋକ୍ ହେଉଛି ମୃତ୍ୟୁର ଦ୍ୱିତୀୟ କାରଣ । ଭାରତରେ ଷ୍ଟ୍ରୋକ ୬୮.୬ ପ୍ରତିଶତ ହୋଇଥିବାବେଳେ ମୃତ୍ୟୁ ହାର ୭୦.୯ ପ୍ରତିଶତ । ୨୦୧୦ ଜିବିଡି ରେକର୍ଡରେ ୫.୨ ମିଲିୟନ ଅଥବା ୩୧ ପ୍ରତିଶତ ୨୦ ବର୍ଷରୁ କମ ବୟସ୍କମାନେ ଆକ୍ରାନ୍ତ ହୋଇଛନ୍ତି । ଭାରତରେ ଯୁବକ ଏବଂ ମଧ୍ୟମ ବୟସ୍ମ ଲୋକେ ଷ୍ଟ୍ରୋକର ଶିକାର ହୋଇଥାନ୍ତି । ଯାହାକି ସବୁଠାରୁ ଚିନ୍ତାର ବିଷୟ ବୋଲି କୁହାଯାଏ ।

ସେପଟେ ଭିତ୍ତିଭୂମିର ଅଭାବ ଏବଂ ସରକାରୀ ମେଡିକାଲରେ ମଧ୍ୟ ପର୍ଯାପ୍ତ ପରିମାଣର ସୁବିଧା ସୁଯୋଗ ନାହିଁ ।ଯେଉଁସବୁ କ୍ଷେତ୍ରରେ ଚିକିତ୍ସାର ଅଭାବ କିମ୍ବା ରୋଗୀମାନେ ସୁବିଧା ପାଇ ପାରୁନାହାନ୍ତି ସେଠାରେ ଟେଲି ମେଡିସିନ ବା ଟେଲି ଷ୍ଟ୍ରୋକୀର ବ୍ୟବହାର କରିବା ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com