ରାଜନୀତି

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ଅସମ୍ମାନ

ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ଅସମ୍ମାନ। ସଂସଦ ପରିସରରେ ଉପରାଷ୍ଟ୍ରପତିଙ୍କ ମିମିକ୍ରୀ କଲେ ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ। ଏହି ଘଟଣାକୁ ନେଇ ଧନଖଡ଼ କ୍ରୋଧ ପ୍ରକାଶ କରିବା ସହ ଏହା ଲଜ୍ଜାଜନକ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଶୀତ ଅଧିବେଶନରୁ ନିଲମ୍ବିତ ବିରୋଧୀ ସାଂସଦମାନେ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ସ୍ଲୋଗାନ ଦେଇ ସେମାନେ ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣାରେ ବସିଥିଲେ। ଏହାପରେ ସଂସଦର ପ୍ରବେଶ ଦ୍ୱାରରେ ବସି ଆଲୋଚନା କରିଥିଲେ। ଏତିକି ବେଳେ ସାଂସଦ କଲ୍ୟାଣ ବାନାର୍ଜୀ ଜଗଦୀପ ଧନଖଡ଼ଙ୍କର ମିମିକ୍ରୀ କରିଥିଲେ।

ଏହି ଘଟଣାକୁ ଲଜ୍ଜାଜନକ ବୋଲି କହି ଉପରାଷ୍ଟ୍ରପତି କହିଛନ୍ତି ଯେ ‘ଏହା ହାସ୍ୟାସ୍ପଦ ଏବଂ ଗ୍ରହଣୀୟ ନୁହେଁ। ଜଣେ ସାଂସଦ ମଜା କରୁଥିବା ବେଳେ ଅନ୍ୟ ଜଣେ ସାଂସଦ ସେହି ଘଟଣାର ଭିଡିଓ ତିଆରି କରୁଛନ୍ତି। ତଳକୁ ଖସିଯିବାର କୌଣସି ସୀମା ନାହିଁ। ମୁଁ ଟିଭିରେ ଏକ ଭିଡିଓ ଦେଖିଲି, ଯେଉଁଥିରେ ଜଣେ ବଡ଼ ନେତା ଆପଣଙ୍କର ଭିଡିଓ ତିଆରି କରୁଥିଲେ। ଯେତେବେଳେ କି, ଅନ୍ୟ ଜଣେ ସାଂସଦ ଏହାର ନକଲ କରୁଥିଲେ। ସେମାନଙ୍କୁ ସଦ୍‌ବୁଦ୍ଧି ମିଳୁ। କିିଛି ଜାଗା ତ ଛାଡ଼’।ଯେତେବେଳେ ଟିଏମସି ସାଂସଦ ମିମିକ୍ରୀ କରୁଥିଲେ, ସେହି ସମୟରେ ରାହୁଲ ଗାନ୍ଧି, ପ୍ରମୋଦ ତିୱାରୀ, ଜୟରାମ ରମେଶ, ମନୋଜ ଝା, ଡି ରାଜା, କାର୍ତ୍ତି ଚିଦାମ୍ବରମଙ୍କ ପରି ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ସେପଟେ ଆଜି ପୁଣି ୪୯ ଲୋକସଭା ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ଓମ ବିର୍ଲା। ପ୍ରବଳ ହଟ୍ଟଗୋଳ ଯୋଗୁ ଆଜି ଦ୍ୱିତୀୟ ଦିନରେ ୪୯ ବିରୋଧୀ ସାଂସଦ ପାର୍ଲାମେଣ୍ଟରୁ ସସ୍‌ପେଣ୍ଡ ହୋଇଛନ୍ତି। ଏଯାବତ ମୋଟ ୧୪୧ ସାଂସଦଙ୍କୁ ନିଲମ୍ବନ କରାଗଲାଣି।

Related Articles

Back to top button
WP Twitter Auto Publish Powered By : XYZScripts.com