ଓଡ଼ିଶା

ଟ୍ରାଭେଲ ମାଲିକଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ବଙ୍ଗୀୟ ମହିଳାଙ୍କୁ ମାଡମାରିବା ସହ ଦୁର୍ବ୍ୟବହାର

ପୁରୀ : ପୁରୀ ସିଟି ରୋଡ ସ୍ଥିତ ଏକ ଟୁର ଆଣ୍ଡ ଟ୍ରାଭେଲ ମାଲିକ ବଙ୍ଗୀୟ ମହିଳାଙ୍କୁ ମାଡମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ‌।‌ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି କଲିକତାର ଶୀତଲ।

ଖବର ଅନୁଯାୟୀ, ଶନିବାର ରାତିରେ ଶିତଲ ପୁରୀ ବୁଲିବାକୁ ଆସି ଚକାଡୋଳା ଟ୍ରାଭେଲ ମାଲିକ ଠାରୁ ସ୍କୁଟି ଭଡାରେ ନେଇଥିଲେ। ତେବେ ସ୍କୁଟି ଅବସ୍ଥା ଖରାଫ ଥିବାରୁ ସେ ଟ୍ରାଭେଲ ମାଲିକଙ୍କୁ କହିବା ସହ ଟଙ୍କା କାଟିବା ପାଇଁ କହିଥିଲେ। ପର୍ଯ୍ୟଟକଙ୍କ ଏଭଳି କଥା ଶୁଣି ଟ୍ରାଭେଲ ମାଲିକ ଉତ୍ତ୍ୟକ୍ତ ହୋଇ ବଙ୍ଗୀୟ ପର୍ଯ୍ୟଟକଙ୍କୁ ମାଡ଼ ମରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ପର୍ଯ୍ୟଟକଜଣକ ସମୁଦ୍ର କୂଳ ଥାନାକୁ ଫୋନ କରିବା ସହ  ଟ୍ରାଭେଲ ମାଲିକଙ୍କ ଗିରଫ ଦାବି କରିଥିଲେ।

 ତେବେ ଘଟଣାସ୍ଥଳରେ ସମୁଦ୍ର କୂଳ ଥାନା ପୋଲିସ ପହଞ୍ଚି ଉକ୍ତ ବଙ୍ଗୀୟ ପର୍ଯ୍ୟଟକକୁ ଥାନାକୁ ଆସି ଅଭିଯୋଗ କରିବା ପାଇଁ କହିଥିଲେ। ଯାହାଫଳରେ ପୁରୁଷ ପୋଲିସ ଓ ବଙ୍ଗୀୟ ପର୍ଯ୍ୟଟକ ମଧ୍ୟରେ କଥା କଟାକଟି ହୋଇଥିଲା। ତେବେ ଶ୍ରୀକ୍ଷେତ୍ରକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଥିବାବେଳେ ସେମାନଙ୍କ ସୁରକ୍ଷା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com